www.samajalive.in
Monday, December 15, 2025
14.1 C
Bhubaneswar

ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ମହିଳା ଜୀବିକା ସୁରକ୍ଷା ମଞ୍ଚ ତରଫରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର

ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମହିଳା ଜୀବିକା ସୁରକ୍ଷା ମଞ୍ଚ ତରଫରୁ ଫିରିଙ୍ଗିଆ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ୟ୍ୟାଳୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡ଼ିଓ)ଙ୍କ ଅନୁପସ୍ଥିତିରେ ହିସାବ ରକ୍ଷକ ସଚିନ ଜାଠେଙ୍କୁ ଫିରିଙ୍ଗିଆ ବ୍ଲକ ରେ ପ୍ରତ୍ୟେକ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ବାକୁ ଦାବି ପତ୍ର ପ୍ରଦାନ କରାଯାଇଛି।

ଦାବି ମୁତାବକ ବର୍ତ୍ତମାନ ଖରା ଦିନ ଆସୁଥିବା ବେଳେ ବ୍ଲକରେ ନିର୍ମାଣ କରାଯାଇଥିବା ପାନୀୟ ଜଳ ପ୍ରକଳ୍ପ ଅଧିକାଂଶ ଅଚଳ ହୋଇ ପଡି ରହିଥିବା ବେଳେ ନଳକୂପ ଠିକ୍ ଭାବରେ ମରାମତି କରାଯାଉନାହିଁ। ଯାହା ବି ମରାମତି ହେଉଛି ଅଧିକାଂଶ ଗୋଳିଆ ପାଣି ବାହାରୁଥିବାରୁ ଜନସାଧାରଣ ପିଇବା ପାଣି ପାଇଁ ବହୁତ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

- Advertisement -

ଅନ୍ୟପଟେ ନାଳ ପାଣି ଉପରେ ଭରସା କରି ଗୋଳି ପାଣି ବ୍ୟବହାର କରି ଖରା ଦିନ ବିଭିନ୍ନ ରୋଗରେ ପଡ଼ିବା ଭଳି ସମସ୍ୟା ଉପୁଜିଛି କ୍ଷ ତେଣୁ ଫିରିଙ୍ଗିଆ ବ୍ଲକର ପ୍ରତ୍ୟେକ ଗ୍ରାମରେ ବ୍ଲକ ପ୍ରଶାସନ ଜରିଆରେ ପ୍ରତ୍ୟେକ ଗ୍ରାମରେ ନଳକୂପ ମରାମତି, ପାନୀୟ ଜଳ ପ୍ରକଳ୍ପ ମରାମତି ସହ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ମହିଳା ଜୀବିକା ସୁରକ୍ଷା ମଞ୍ଚ ଦାବି କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories