www.samajalive.in
Monday, December 15, 2025
15.1 C
Bhubaneswar

ପୋଖରୀରେ ବୁଡ଼ି ଯୁବକ ମୃତ୍ୟୁ

ଫୁଲବାଣୀ: ପୋଖରୀକୁ ଶୌଚ ହେବାକୁ ଯାଇ ଖଜୁରୀପଡ଼ା ଥାନା ଅନ୍ତର୍ଗତ ଆଡାଶି ପଡା ପଞ୍ଚାୟତର କାବର୍ ଗାଁର ଜଣେ ଯୁବକଙ୍କ ପୋଖରୀରେ ବୁଡି ମୃତ୍ୟୁ ହୋଇଛି। ବାଲିସୁଗ୍ରି ଗ୍ରାମର ରାମ ଚନ୍ଦ୍ର କହଁର (୪୦) କାବାର ଗାଁର ପ୍ରଶାନ୍ତ କହଁରଙ୍କ ଘରେ ରହି ମୂଲ ମଜୁରୀ କାମ କରି ଚଳୁ ଥିଲା। ଗତକାଲି ସନ୍ଧ୍ୟାରେ ଶୌଚ ହେବାପାଇଁ ରାମ ଚନ୍ଦ୍ର କାବର୍ ସ୍କୁଲ ନିକଟ ପୋଖରୀ ଯାଇଥିଲେ, କିନ୍ତୁ ଆହୁରି ଘରକୁ ଫେରି ନ ଥିଲେ । ପରିବାର ବର୍ଗ ଆଖ ପାଖ ସାହି ପଡିଶାରେ ଖୋଜି ନ ପାଇବା ପରେ ଥାନାର ଦ୍ବାରସ୍ଥ ହୋଇ ଏତଲା ଦେଇଥିଲେ। ଅନ୍ୟପଟେ ପୁଲିସ ୧୭/୨୨ ରେ ମାମଲା ରୁଜୁ ଖୋଜା ଖୋଜି ଜାରି ରଖି ଥିଲା। କିନ୍ତୁ ସୋମବାର ସକାଳୁ ଗ୍ରାମ ବାସି ଶୌଚ ହେବାପାଇଁ ପୋଖରୀକୁ ଯାଇଥିବା ବେଳେ ମୃତଦେହ ପୋଖରୀ ପାଣିରେ ଭାସୁଥିବା ଦେଖି ଥାନାକୁ ଖବର ଦେଇ ଥିଲେ। ଖବର ପାଇ ଖଜୁରୀପଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ପଠାଇଛି। ମୃତଦେହ ବ୍ୟବଚ୍ଛେଦ ହେବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇ ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories