ମୋହନା ବ୍ଲକରେ ଗଡିଲା କୃଷିରଥ

ମୋହନା: ଗଜପତି ଜିଲା ମୋହନା ବ୍ଲକ ପରିସରରେ କୃଷିରଥର ଶୁଭାରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲା ପରିଭ୍ରମଣ କରି କୃଷକଙ୍କୁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହି ରଥ ୨ଦିନ ଧରି ମୋହନା ବ୍ଳକ ପରିଭ୍ରମଣ କରିବ। ଏହି ଦୁଇଟି କୃଷି ରଥକୁ ବ୍ଳକ ଅଧ୍ୟକ୍ଷ ରଞ୍ଜିବ ଶବର ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଏବିଡ଼ିଓ ରମାକାନ୍ତ ଚୌଧୁରୀ ଓ ବ୍ଳକ କୃଷି ଅଧିକାରୀ ସନ୍ଦୀପ କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ବ୍ଲକର ୩୯ଟି ପଞ୍ଚାୟତରେ ଭ୍ରମଣ କରି ଲୋକଙ୍କୁ ମିଲେଟ ମିସନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ନୂତନ ଜ୍ଞାନ କୌଶଳ ଓ ନୂତନ ଯନ୍ତ୍ରପାତିର ବ୍ୟବହାର, ଜଳନିଧି, ଯୋଜନା, ବିଭିନ୍ନ କୃଷି ଯୋଜନା ଉପରେ ସଚେତନତା କରାଇବ। ଏଥିରେ ମୋହନା ସହକାରୀ କୃଷି ଅଧିକାରୀ ଭବେନ୍ଦ୍ର ମୁର୍ମୁ, ଅଡବା ଓ ମୋହନା କୃଷି ଓଭେରସରଙ୍କ ସମେତ କୃଷି ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ।

kalyan agarbati

Comments are closed.