ପାହିରେଜୁ ଠାରେ ତିନୋଟି ପଞ୍ଚାୟତକୁ ନେଇ ଅନୁଷ୍ଠିତ ହେଲା ପରିବର୍ତ୍ତନ ମେଳା

ଫୁଲବାଣୀ/ଫିରିଙ୍ଗିଆ:କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର ମାଓ ଓ ଉପାନ୍ତ ଅଂଚଳ ଭାବେ ପରିିଚିତ ପାହିରାଜୁ ପଞ୍ଚାୟତ ମୁଖ୍ୟାଳୟ ଠାରେ ଫିରିଙ୍ଗିଆ ବ୍ଲକ ପ୍ରଶାସନ ପକ୍ଷରୁ ପରିବର୍ତନ ମେଳା ଅନୁଷ୍ଠିତ ହୋଇଯାଇଛି। ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ରଶ୍ମିରଞନ ମହନ୍ତଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ମେଳାରେ ଫିରିଙ୍ଗିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ବିଷ୍ଣୁ ଚରଣ ମଲିକ, ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ସାହୁ, ଜିଲା ପରିଷଦ ସଭ୍ୟ ନିଳଗିରି ଦିଗାଳ , ମହିଳା ଓ ଶିଶୁ ବିକାଶ ଅଧିକାରୀ ହରପ୍ରିୟା ମେହେର, ଗ୍ରାମପଂଚାୟତ ଅଧିକାରୀ ରବୀନ୍ଦ୍ର କୁମାର ବେହେରା, ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନା ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ଜିଲାରେ ପ୍ରଥମ ଥର ପାଇଁ ଏହି ପରିବର୍ତ୍ତନ ମେଳା ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଫିରିଙ୍ଗିଆ ବ୍ଲକର କୁଏରମାଣ୍ଡୁ, ପାହିରେଜୁ ଓ ବାଲନ୍ଦାପଡା ପଂଚାୟତକୁ ନେଇ ପାହିରେଜୁ ପଂଚାୟତ ମୁଖ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁୁଷ୍ଠିତ ହୋଇଥିଲ।। ଏହି ମେଳାରେ ସ୍ୱାସ୍ଥ୍ୟ ବିଭାଗ, ଯୋଗାଣ ବିଭାଗ, ପଶୁସମ୍ପଦ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, କୃଷି ଓ ଉଦ୍ୟାନ ବିଭାଗ ସହ ପ୍ରାୟ ସମସ୍ତ ବିଭାଗର ଅଧିକାରୀ ଯୋଗଦେଇ ଜନସାଧାରଣଙ୍କ ସମସ୍ୟା ବୁଝିଥିଲେ। ଅନ୍ୟପଟେ ଏହି କାର୍ଯ୍ୟକ୍ରମକୁ ଫିରିଙ୍ଗିଆ ବ୍ଲକ ମତ୍ସ୍ୟ ଅଧିକାରୀ ଆଶା ଲକ୍ଷ୍ମୀ ନରେନ୍ଦ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଓଡିଶା ଜୀବିକା ମିସନର ବ୍ଲକ ସଂଯୋଜକ ସଂଗ୍ରାମ କେଶରି ସାହୁ ଓ ଶୁଶାନ୍ତ କୁମାର ଲେଙ୍କା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ତିନୋଟି ପଂଚାୟତର ସରପଂଚ କେଶବ କହଁର, ନିରାକାର ନାୟକ, ମାଧବ କହଁର, ସମିତିସଭ୍ୟ ନିରାକାର ନାୟକ, ଲୋଚନ କହଁର, ପଞ୍ଚାନନ ଦିଗାଳଙ୍କ ସହ ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ବ୍ଲକ କଳା ସଂସ୍କୃତି ସଂଘ କଳାକାର ମାନଙ୍କ ଦ୍ୱାରା ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୁପାୟନ ପାଇଁ ପାଲା ଓ ପାରମ୍ପାରିକ ଆଦିବାସୀ ନାଚ ଗୀତ ମାଧ୍ୟମରେ ସାସ୍କୃତିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପାହିରେଜୁ ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ବାଲ୍ୟ ବିବାହ ଉପରେ ଅଧାରିତ ଏକ ସଚେତନ ନାଟକ ପରିବେଷଣ କାରିଥିଲେ।

kalyan agarbati

Comments are closed.