ଫୁଲବାଣୀ: ନିଜ ବାପାଙ୍କ ସାଙ୍ଗରେ ବଜାରକୁ ଆସି ହଜି ଯାଇଥିବା ଜଣେ ଚାରି ବର୍ଷର କୁନି ଝିଅକୁ ଖୋଜି ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର କରି ମାନବିକତା ଦେଖାଇଛନ୍ତି ଫିରିଙ୍ଗିଆର ଯୁବ ସମାଜସେବୀ ସଞ୍ଜୟ ଦିଗାଲ। ସୂଚନା ଅନୁସାରେ ଫିରିଙ୍ଗିଆ ବ୍ଲକ ନୂଆପଦର ପଂଚାୟତ କାଲିପଙ୍ଗା ଗାଁର ବଳରାମ କହଁର ନାମକ ଜଣେ ବ୍ୟକ୍ତି କୌଣସି କାମରେ ନିଜର ଚାରି ବର୍ଷର ଝିଅକୁ ଧରି ଆଜି ସକାଳୁ ଫିରିଙ୍ଗିଆ ବଜାରକୁ ଯାଇଥିଲେ। କାମ ସରିବା ପରେ ନିଜ ଝିଅକୁ ଏକ ଦୋକାନ ବାରଣ୍ଡାରେ ଛାଡି ଦେଇ ପରିସ୍ରା କରିବା ପାଇଁ ଦୋକାନ ଠୁ କିଛି ଦୁରକୁ ଯାଇଥିଲେ। ପରିସ୍ରା କରି ଫେରିଲା ପରେ ଦୋକାନ ବାରଣ୍ଡାରେ ଝିଅ ନ ଥିବା ଦେଖି ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଝିଅକୁ ପାଇନଥିଲେ। ପରେ ଅସହାୟ ହୋଇ ଝିଅର ବାପା ସମାଜ ସେବି ସଞ୍ଜୟ ଦିଗାଲଙ୍କ ପାଖକୁ ଯାଇ ସାହାଯ୍ୟ ମାଗିଥିଲେ। ପରେ ବହୁ ଖୋଜା ଖୋଜି କଲାପରେ ଦୀର୍ଘ ୫ ଘଣ୍ଟା ପରେ ଫିରିଙ୍ଗିଆ ଫୁଲବାଣୀ ମୁଖ୍ୟ ରାସ୍ତା କଡରେ କୁନି ଝିଅଟି ଏକୁଟିଆ ବସି କାନ୍ଦୁଥିବା ଅବସ୍ଥାରେ ଝିଅଟିକୁ ଉଦ୍ଧାର କରି ନିଜ ବାପାଙ୍କୁ ଝିଅଟିକୁ ହସ୍ତାନ୍ତର କରିଥିଲେ।
Popular Categories



