କନ୍ଧମାଳ ଜିଲାରେ ଜନଶୁଣାଣି ଶିବିର: ମାଟି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ପାଇଁ ଦାବି

ଫୁଲବାଣୀ :କନ୍ଧମାଳ ଖଜୁରୀପଡା ବ୍ଲକର କେତେକ ପ୍ରମୁଖ ସମସ୍ୟାର କିଭଳି ସମାଧାନ ହୋଇ ପାରିବ ସେନେଇ ଖଜୁରୀପଡା ବ୍ଲକ ୪ ନମ୍ବର ଜୋନ୍ ଜିଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲ ଆଜି ଜିଲାପାଳଙ୍କ ଜନଶୁଣାଣିରେ ପହଞ୍ଚି ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଆଜି ଜିଲାପାଳଙ୍କ ଜନଶୁଣାଣିରେ ଜିଲା ପରିଷଦ ସଭ୍ୟା ଶ୍ରୀମତୀ ଦିଗାଲ ନିଜ ନିର୍ବାଚନ ମଣ୍ଡଳୀର ପ୍ରମୁଖ ଏବଂ ଚିର ସମସ୍ୟା ଭାବେ ରହିଥିବା ଅରାପାଜୁ ଗ୍ରାମପଞ୍ଚାୟତ ପିପଲପଡା ଠାରୁ ପେନାବାଲି ବୁଡାରାକାଡି କରୁଣା ସହ ପ୍ରେମଝରୀ ପର୍ଯ୍ୟନ୍ତ ମାଟି ରାସ୍ତା ରହିଥିବା କାରଣରୁ ବିଶେଷ ଭାବେ ବର୍ଷା ସମୟରେ ଏସବୁ ଗ୍ରାମର ରାସ୍ତାରେ ଗ୍ରାମପଞ୍ଚାୟତକୁ ଯାତାୟତରେ ବହୁ ସମସ୍ୟା ଦେଖିବାକୁ ମିଳୁଛି। ତେଣୁ ଉକ୍ତ ଅଂଚଳରେ ଯାଇଥିବା ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବାକୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।

prayash

ସେହିଭଳି ଖଜୁରୀପଡା ଗ୍ରାମପଞ୍ଚାୟତ ଗଡପଦର ଠାରୁ ଦଳପଡା ସ୍ଥାୟୀ ରାସ୍ତା ନର୍ମାଣ, ଦୁତିମେଣ୍ଡି ଗ୍ରାମପଞ୍ଚାୟତ ଏବଂ ଅରାପାଜୁ ଗ୍ରାମପଞ୍ଚାୟତ ସଂଯୋଗ ପାଇଁ ଦୁତିମେଣ୍ଡି ସୁର୍ତ୍ତାବନ୍ଧରେ ଏକ ପୋଲ ନିର୍ମାଣ କରିବା ଏବଂ ଦଳପଡା ଗ୍ରାମପଞ୍ଚାୟତର ଅପହଞ୍ଚ ତଥା ଦୁର୍ଗମ ଅଞ୍ଚଳ ଭାବେ ରହିଆସିଥିବା ଗୁରାଣ୍ଡି ଗ୍ରାମରୁ ସାକାଡି ଗ୍ରାମକୁ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଦିଗାଲ। ଏସବୁ ବିଭିନ୍ନ ଗ୍ରାମପଞ୍ଚାୟତରେ ରହିଥିବା ଅପହଞ୍ଚ ଇଲାକାର ବାସ୍ତବ ଚିତ୍ର ହୋଇଥିବା ବେଳେ ସାଧାରଣତଃ ବରିଷ୍ଠ ନାଗରୀକମାନଙ୍କ ପାଇଁ ବହୁ ସମସ୍ୟା ରହିଆସିଛି।

ରାସନ ସାମାଗ୍ରୀ, ବାର୍ଦ୍ଧକ୍ୟ ଭତ୍ତା ଶିକ୍ଷା ସ୍ୱାସ୍ଥ୍ୟ ଭଳି ଅନେକ ସମୟରେ ବରିଷ୍ଠ ନାଗରୀକମାନଙ୍କ ପାଇଁ ଅପହଞ୍ଚ ଥିବା ଦେଖିବାକୁ ମିଳୁଛି। ସେହିଭଳି ବର୍ଷାଦିନ ଆସିଲେ ଦୁତିମେଣ୍ଡି ଗ୍ରାମପଞ୍ଚାୟତ ଏବଂ ସୁର୍ତ୍ତାବନ୍ଧ ମଝିରେ ରହିଥିବା ନାଳରେ ପ୍ରବଳ ଜଳ ପ୍ରବାହ ହେଉଥିବା କାରଣରୁ ବିଦ୍ୟାଳୟ ଛାତ୍ରଛାତ୍ରୀ ବରିଷ୍ଠ ନାଗରିକ, ଗୋରୁ ଗାଈ, ଛେଳି ମେଣ୍ଢା ଏବଂ ସାଧାରଣ ଲୋକେ ରାସ୍ତା ପାରିହେବା ପାଇଁ କୌଣସି ବ୍ୟବସ୍ଥା ନଥିବା କାରଣରୁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏସବୁ ଦୁର୍ଗମ ତଥା ଅବହେଳିତ ରାସ୍ତାଗୁଡିକ ନିର୍ମାଣ କରାଗଲେ ଜନସାଧାରଣଙ୍କ ସମସ୍ୟା ଦୂରହେବା ସହ ଶିକ୍ଷା ସ୍ୱାସ୍ଥ୍ୟ ଏବଂ ଗମନାଗମନ ରେ ସହଜ ହେବ ବୋଲି ଦାବିପତ୍ରରେ କରିଛନ୍ତି ଜିଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲ। ଜନଶୁଣାଣି ଶିବିରରେ ଜିଲାପାଳ ପାଟିଲ ଆଶିଷ ଈଶ୍ୱର ଏବଂ ପ୍ରକଳ୍ପ ନିର୍ଦେଶକ ବିଶ୍ୱରଂଜନ ନାୟକ ଦାବିପତ୍ର ଗ୍ରହଣ କରିବା ସହ ସମସ୍ୟା ସମାଧାନ ଉଦ୍ୟମ କରାଯିବ ବୋଲି କହିଥିଲେ।

kalyan agarbati

Comments are closed.