ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କଲମଛାଡ ଆନ୍ଦୋଳନ ପାଇଁ ଚେତାବନି
ଫୁଲବାଣୀ:ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର କନ୍ଧମାଳ ଶାଖା ପକ୍ଷରୁ ଆଜି ବିଭିନ୍ନ ଦାବି ନେଇ ଏକ ଦାବିପତ୍ର କନ୍ଧମାଳ ଜିଲାପାଳ ପାଟିଲ୍ ଆଶିଷ୍ ଈଶ୍ୱରଙ୍କୁ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଏହି ଦାବିପତ୍ରରେ ଚିକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କରିବା ଓ ଚୁକ୍ତିଭିତ୍ତିକ ସମୟକୁ ଚାକିରି ଅବଧରେ ଗଣନାକରିବା ଭଳି ୫ ଦଫା ଦାବି ରହିଛି। ରାଜ୍ୟ ସରାକର ଦାବି ପୁରଣ ଦିଗରେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନକରନ୍ତି ତାହାହେଲେ ଆସନ୍ତା ୨୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ଓ କନିଷ୍ଠ ଶିକ୍ଷକ ମାନେ କଳାବ୍ୟାଜ୍ ପରିଧାନ କରି କାମ କରିବେ ବୋଲି ଦର୍ଶାଯିବା ସହିତ ମହାସଂଘ ଡ଼ାକରାରେ ଆସନ୍ତା ୩୧ ତାରିଖରେ ଭୁବନେଶ୍ୱରରେ ଗର୍ଜଜ ସମାବେଶ କରାଯିବ ବୋଲି ବୋଲି କୁହାଯାଇଛି। ସେହିଭଳି ସରାକରୀ ଯଦି ସଂଘର ଦାବିକୁ ପୂରଣ ନକରନ୍ତି ତେବେ ସମସ୍ତ କର୍ମଚାରୀ କଲମଛାଡ଼ ଆନ୍ଦୋଳନ କରିବା ସହିତ ଆମରଣ ଅନଶନରେ ବସିବେ ବୋଲି ମଧ୍ୟ ଚେତାବନି ଦିଆଯାଇଛି।
ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ ମହାସଂଘର କନ୍ଧମାଳ ଜିଲା ଶାଖାର ସଭାପତି ଅଶୋକ କୁମାର ଗୌଡ଼ ଓ ଫୁଲବାଣୀ ବ୍ଳକ ସଭାପତି ସୀମାଞ୍ଚଳ ପଣ୍ଡାଙ୍କ ନେତୃତ୍ୱରେ ଜିଲା ସଂଘର ଉପସଭାପତି ରାଜେଶ କୁମାର ସାହୁ, ସଂପାଦକ କ୍ଷିତିଶ୍ ପ୍ରିୟଦର୍ଶନୀ ସାହୁ, ସହ ସଂପାଦକ ଏଲ୍.ସନ୍ତୋଷ ପାତ୍ର , କୋଷାଧ୍ୟକ୍ଷ ଆଶିଷ କୁମାର ପ୍ରଧାନ, ସମୀର କୁମାର ଚୌଧୁରୀଙ୍କ ସମେତ ବିଭିନ୍ନ ବ୍ଳକର ସଭାପତି ପ୍ରିୟବ୍ରତ ପଣ୍ଡା, ଆବେଲ୍ ନାୟକ, ହୃଦୟ ରଂଜନ ହୋତା, ଜ୍ୟୋତିବିକାଶ ସାହୁ, ରାଜନ କୁମାର ଚୌଧୁରୀ, ମାନସ ବେହେରା, ସ୍ୱାଧୀନ କୁମାର ଗଣ୍ଡା, ସାମନ୍ତ ମଲିକ, ରୋହିମ୍ କୁମାର ନାୟକ, ଗିରିଶ୍ ଚନ୍ଦ୍ର ପ୍ରଧାନ, ସଂଜୟ କୁମାର ନାୟକଙ୍କ ସମେତ ଶତାଧିକ ଚୁକ୍ତିଭିତ୍ତିକ କର୍ମଚାରୀମାନେ ଜିଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି।
Comments are closed.