www.samajalive.in
Monday, December 15, 2025
27.1 C
Bhubaneswar

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ: ଗତ ୨୦୧୫ ମସିହାରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ଫାଷ୍ଟଟ୍ରାକ ସ୍ୱତନ୍ତ୍ର ପକ୍ସୋ ଅଦାଲତ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ଅଭିଯୁକ୍ତଙ୍କୁ ୨୦ ହଜାର ଟଂକା ଅର୍ଥଦଣ୍ଡ କରିଛନ୍ତି। ଜରିମାନା ଅନାଦେୟ ଆଉ ୬ ମାସ ଜେଲ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ବନ୍ଧସାହିର ସିପୁ ଦିଗାଲ।

ସୂଚନା ମୁତାବକ, ୨୦୧୫ ମେ ୧୯ ତାରିଖରେ ପିଡିତା ନାବାଳିକା ଜଣକ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଅଭିଯୁକ୍ତ ସିପୁ ତାଙ୍କୁ ଅପହରଣ କରିନେଇ ଆସି ଫୁଲବାଣୀର ଏକ ଘରେ ରଖିଥିଲେ। ସେଠାରେ ସେ ନାବାଳିକାଙ୍କ ଇଚ୍ଛା ବିରୋଧରେ ତାଙ୍କ ସହ ବଳାତ୍କାର କରିଥିଲେ। ପରିବାର ଲୋକେ ଘରକୁ ଫେରି ଝିଅକୁ ନ ପାଇବାରୁ ଖୋଜାଖୋଜା କରିଥିଲେ। କିନ୍ତୁ କୌଣସି ସନ୍ଧାନ ପାଇ ନ ଥିଲେ। ନାବାଳିକା ଜଣକ କୌଣସି ପ୍ରକାରେ ଫୋନ କରି ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ପରିବାର ପକ୍ଷରୁ ଏ ନେଇ ୨୧ ତାରିଖରେ ଖଜୁରୀପଡ଼ା ଥାନାରେ ଏତଲା ଦିଆଯାଇଥିଲା। ପୁଲିସ ଏତଲା ପ୍ରକାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ୨୫ ତାରିଖ ଦିନ ଫୁଲବାଣୀରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ସିପୁକୁ ଗିରଫ କରିଥିଲା ପୁଲିସ।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories