www.samajalive.in
Saturday, December 13, 2025
17.1 C
Bhubaneswar

କୃଷକ ଉତ୍ପାଦକ କମ୍ପାନୀ ମାଧ୍ୟମରେ ସଙ୍ଗଠିତ ହେଲେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ସହଜରେ ବିକ୍ରି ହୋଇପାରିବ

ଫୁଲବାଣୀ: ଭାରତ ସରକାରଙ୍କର କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ୧୦ ହଜାର କୃଷକ ଉତ୍ପାଦକ କମ୍ପାନୀ ଗଠନ ଓ ପ୍ରୋତ୍ସାହନ ଯୋଜନାରେ ଗଠିତ କନ୍ଧମାଳ ଜିଲାର ତୁମୁଡିବନ୍ଧ ଓ ଚକାପାଦ ବ୍ଲକର ୨ଟି କୃଷକ ଉତ୍ପାଦକ କମ୍ପାନୀର ନିର୍ଦ୍ଦେଶକମାନଙ୍କର ଏକ ଦିବସୀୟ ତାଲିମ ଶିବିର ସ୍ଥାନୀୟ ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଭାରତ ସରକାର ତଥା ନାବାର୍ଡ ସହାୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଏଜିଏମ୍ ନାବାର୍ଡ ସଞ୍ଜିବ କୁମାର ମହାନ୍ତି, ମୃତ୍ତିକା ସଂରକ୍ଷଣ ବିଭାଗ ଅତିରକ୍ତ କୃଷି ଇଞ୍ଜିନିୟର ପ୍ରବୀର କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ। କୃଷକ ଉତ୍ପାଦକ କମ୍ପାନୀରେ ନିର୍ଦେଶକମାନଙ୍କ ଦାୟିତ୍ୱ ଓ ଭୂମିକା ବିଷୟରେ ସିବିବିଓ ମହାଶକ୍ତି ଫାଉଣ୍ଡେସନର ମୋହନ ବଳିୟାର ସିଂ ଏବଂ ହୃଷିକେଶ ସାହୁ ପ୍ରଶିକ୍ଷଣ ଦେଇଥିଲେ। ବିଭିନ୍ନ ଯୋଜନାରେ କୃଷକ ଉତ୍ପାଦକ କମ୍ପାନୀର ଭୂମିକା କ’ଣ ରହିଛି ଏବଂ ସାଧାରଣ କୃଷକ ଏହି କମ୍ପାନୀରୁ କିଭଳି ଲାଭବାନ ହୋଇପାରିବେ, ସେ ବିଷୟରେ ଆଲୋଚନା କରିଥିଲେ। କୃଷକମାନେ ଏହି କୃଷକ ଉତ୍ପାଦକ କମ୍ପାନୀ ମାଧ୍ୟମରେ ସଙ୍ଗଠିତ ହେଲେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ସହଜରେ ବିକ୍ରି କରି ପାରିବା ସହିତ ଠିକ ସମୟରେ ନିର୍ଦ୍ଧାରିତ ମୂଲ୍ୟ ପାଇ ଲାଭବାନ ହୋଇ ପାରିବେ।

ସମ୍ପ୍ରତି ରାଜ୍ୟ ସରକାରଙ୍କର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ ହୋଇ କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେଇଥିଲେ। ଏହା ସହିତ ଗୋ-ସୁଗମ ପୋର୍ଟାଲ ବିଷୟରେ ବିସ୍ତୃତ ବିବରଣୀ ଦେବା ସହିତ ଏହା ମାଧ୍ୟମରେ ସମସ୍ତ ପ୍ରକାର କୃଷି ଓ ଆନୁସଙ୍ଗିକ ଆବେଦନ କରିବାକୁ ଆହ୍ୱାନ ଦେଇଥିଲେ। ଦୁଇଟି ଉତ୍ପାଦକ କମ୍ପାନୀ ର ୨୦ ଜଣ ନିର୍ଦେଶକ, ନିର୍ଦେଶିକା ଯୋଗଦେଇ ତାଲିମ ରେ ଅଂଶଗ୍ରହଣ କରିଥିଲେ ଓ ତାଲିମ କାର୍ୟ୍ୟକ୍ରମ ରେ ନୂଆ ସକାଳ କୃଷକ ଉତ୍ପାଦକ କମ୍ପାନୀ ର ମୁଖ୍ୟ ନିର୍ବାହୀ ଅଧିକାରୀ ସଫିକ କୁମାର ନନ୍ଦ, ଉନ୍ନତ ଚାଷୀ ଉତ୍ପାଦକ କମ୍ପାନୀର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଉତ୍ତମ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories