www.samajalive.in
Monday, December 15, 2025
14.1 C
Bhubaneswar

ଆଦିବାସୀ ନାବାଳିକା ଛାତ୍ରୀ ଗର୍ଭବତୀ ଓ ମୃତ୍ୟୁ ଘଟଣା: ଜିଲାପାଳ ଅଫିସ୍ ଘେରିଲା ବିଜେପି ଯୁବମୋର୍ଚ୍ଚା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ରାଙ୍ଗାପାରୁ ଆଶ୍ରମର ସପ୍ତମ ଶ୍ରେଣୀ ଆଦିବାସୀ ନାବାଳିକା ଛାତ୍ରୀ ଗର୍ଭବତୀ ଓ ପରେ ଶିଶୁ ଏବଂ ମାଆ ଅର୍ଥାତ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ସୋମବାର କନ୍ଧମାଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଘଣ୍ଟ ଶୋଭାଯାତ୍ରା କରି ଜିଲାପାଳ ଅଫିସ୍ ଘେରାଉ କରାଯାଇଛି। ଜିଲା ବିଜେପି ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କଅଁରଙ୍କ ନେତୃତ୍ବରେ ଅନୁଷ୍ଠିତ ଏବଂ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଜଗନ୍ନାଥ ସାହୁ ପରିଚାଳନା କରିଥିବା କାର୍ଯ୍ୟକ୍ରମରେ ମାଦିକୁନ୍ଦା ଛକରୁ ଏକ ବିରାଟ ଶୋଭାଯାତ୍ରାରେ ବିଭିନ୍ନ ସ୍ଳୋଗାନ ଏବଂ ଘଣ୍ଟ ପିଟି ପିଟି ରାଲି ମାଧ୍ୟମରେ ବାହାରି ଜିଲ୍ଲାପାଳ ଅଫିସ୍ ପର୍ଯ୍ୟନ୍ତ ଆସିଥିଲେ। ଜିଲ୍ଲାରେ ବାରମ୍ବାର ଆଦିବାସୀ ନାବାଳିକାମାନଙ୍କୁ ନେଇ ଏଭଳି ଘଟଣା ଲୋକଲୋଚନକୁ ଆଶୁଥିବା ବେଳେ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ମଗ୍ନ ରହି ଆଦିବାସୀଙ୍କ ଜୀବନ ସହ ଖେଳୁଛନ୍ତି କହି ଶ୍ରୀ କଅଁର ଅଭିଯୋଗ କରିଛନ୍ତି । ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ତଥା ରାଜ୍ୟ ସଂଯୋଜକ ନାରାୟଣ କର୍ମୀ କାର୍ୟ୍ୟକ୍ରମରେ ସାମିଲ ହୋଇ କେବଳ ଭୋଟ ରାଜନୀତି ପାଇଁ ଆଦିବାସୀଙ୍କୁ ରାଜ୍ୟ ସରକାର ବ୍ୟବହାର କରୁଥିବା ବେଳେ ଆଦିବାସୀଙ୍କୁ ସୁବିଧା ଦେବା ନାମରେ ଅଫିସର ଏବଂ ଶାସକ ଦଳର ନେତା ଓ ଠିକାଦାର ମାନଙ୍କ ପକେଟ ଗରମ କରୁଥିବା କହିଛନ୍ତି । ‌

ଆଜି ଜିଲ୍ଲାର ସମସ୍ତ ଆଶ୍ରମରେ ଛାତ୍ରଛାତ୍ରୀ ଅବ୍ୟବସ୍ଥା ଏବଂ ଭୟରେ ରହୁଥିବା ବେଳେ ତାଙ୍କ ଦାୟିତ୍ଵ ନେଇ ପ୍ରଶାସନ କିନ୍ତୁ କୁମ୍ଭକର୍ଣ୍ଣ ନିଦ୍ରାରେ ଘୁଙ୍ଗୁଡ଼ି ମାରୁଛି ବୋଲି ଶ୍ରୀ କର୍ମୀ କହିଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନନେଇ ଜିଲ୍ଲାପାଳ ନିରବି ଯାଇଥିବାକୁ ନେଇ ପ୍ରଶାସନ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତି। ସେହିଭଳି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବନାରାୟଣ ପ୍ରଧାନ ସାମିଲ ହୋଇ ଆଦିବାସୀଙ୍କୁ ସେବା ଓ ସୁବିଧା ନାମରେ ଜିଲ୍ଲା ପ୍ରଶାସନ କେବଳ ଶୋଷଣ କରୁଥିବା ଅଭିଯୋଗ ଉଠାଇଛନ୍ତି। ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି, ଜିଲ୍ଲା ସମ୍ପାଦକ ପରେଶ ମହାପାତ୍ର ସାମିଲ ହୋଇ କାହିଁକି ଅବ୍ୟବସ୍ଥା ଘେରରେ ଗର୍ଭବତୀ ଛାତ୍ରୀଙ୍କୁ ଆଣି ରଖାଯାଇଥିଲା କାହିଁକି ସୁବିଧା ନଥିବା ଡାକ୍ତରଖାନାରେ ଛାତ୍ରୀଙ୍କ ଛୁଆର ମୃତ୍ୟୁ ହେଲାପରେ ମଧ୍ୟ ଆଉ ଗୋଟିଏ ଦିନ ପକାଇ ରଖାଗଲା କହି ପ୍ରଶାସନ ଉପରେ ବର୍ଷିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ଆଦିବାସୀ ନେତା ବସନ୍ତ ପ୍ରଧାନ, ରାମବିଶି ଦିଗାଲ, ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଭୟ ପାତ୍ର, ଆଦିବାସୀ ନେତା ବସନ୍ତ ପ୍ରଧାନ, ରାମବିଶି ଦିଗାଲ, ରଘୁପତି କଅଁର ପ୍ରମୁଖ ସାମିଲ ହୋଇ ନିଜ ନିଜ ମନ୍ତବ୍ୟ ରଖିଥିଲେ। ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ମୋତିଲାଲ୍ ଦିଗାଲ୍ ଉପସଭାପତି ସୁଧାଂଶୁ ଗୁରୁ, ସଂଜୟ ମଲ୍ଲିକ, ସଂଜିତ୍ ପାତ୍ର, ମୁକ୍ତିକାନ୍ତ ମହାନ୍ତି, ବିଶିକେଶନ ପ୍ରଧାନ, ଅରବିନ୍ଦ ପଟ୍ଟନାୟକ, ଅନାଇ ମୁଖି, ଦେବାଶିଷ ପ୍ରୀୟଦର୍ଶନୀ ପ୍ରମୁଖଙ୍କ ସହ ଶତାଧିକ ଯୁବକ ଶାମିଲ ଥିଲେ। ପୁଲିସ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଦଳର ଏକ ପ୍ରତିନିଧ ଧଳ ଜିଲ୍ଲା ପ୍ରଶାସନ ସହିତ ଏନେଇ ଆଲୋଚନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories