ସନ୍ଧ୍ୟା ୬ଟା ମୁଖ୍ୟ ଖବର

ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ପାଠ୍ୟକ୍ରମରେ ନୂଆ ବିଷୟ ଯୋଡ଼ି ହୋଇଛି.. ‘ଆସ୍‌ପିରେସନାଲ କମ୍ପାେନେଣ୍ଟ’ ନାମରେ ରହିଛି ଏହି ନୂଆ ବିଷୟ.. ନୂଆ ପାଠ୍ୟକ୍ରମ ନେଇ ସୋମବାର ସାମ୍ବାଦିକ ସମ୍ମିଳନୀରେ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି..

ବଲାଙ୍ଗିର ଜିଲାରେ ବାଲି ମାଫିଆଙ୍କ ଆତଙ୍କରାଜ.. ଆଗଲପୁର ଅତିରିକ୍ତ ତହସିଲଦାର ଓ ଆରଆଇଙ୍କୁ ଆକ୍ରମଣ..

ଭୁବନେଶ୍ୱର : ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ .. ୨୦ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା..ସୃଷ୍ଟିର ୪୮ ଘଣ୍ଟା ପରେ ଅଧିକ ଘନୀଭୂତ ହେବା ନେଇ ସମ୍ଭାବନା

କଟକ : ବହୁ ଚର୍ଚ୍ଚିତ ଅର୍ଚ୍ଚନା ମାମଲା ; ଅର୍ଚ୍ଚନାଙ୍କ ଜାମିନ ଆବେଦନ ଖାରଜ କଲେ ଭୁବନେଶ୍ୱର ଏସଡିଜେଏମ କୋର୍ଟ

ଧର୍ମଗଡ : ୨୬ ନମ୍ବର ଜାତୀୟ ରାଜପଥ ଜୁନାଗଡ ଥାନା ମହିଚଲା ଛକରେ ଗଛରେ ପିଟି ହୋଇ ଓଲଟିଲା ଆମ୍ବୁଲାନ୍ସ ; ୨ ମୃତ

କଟକ : ବାଇକରେ ବାନ୍ଧି ୨ କିମି ଯାଏଁ ଯୁବକଙ୍କୁ ଦୌଡାଇବା ଘଟଣା ; ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଅଟକ ରଖି ଲାଲବାଗ ପୁଲିସ ପଚରାଉଚରା

ଭୁବନେଶ୍ୱର : ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ .. ଦିନକରେ ଚିହ୍ନଟ ହେଲେ ଆଉ ୪୯ ଆକ୍ରାନ୍ତ .. ଜନ୍ମରୁ ୧୮ ବର୍ଷ ମଧ୍ୟରେ ୪, ସଙ୍ଗରୋଧରୁ ୨୯ ଓ ସ୍ଥାନୀୟ ୨୦ .. ୫୭୦ ସକ୍ରିୟ ଆକ୍ରାନ୍ତ ଚିକିିତ୍ସାଧୀନ

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଆଉ ୨,୦୫୬ ଆକ୍ରାନ୍ତ ଚିହ୍ନଟ .. ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୬,୩୦,୮୮୮କୁ ବୃଦ୍ଧି.. ଚିକିତ୍ସାଧୀନ ଅବସ୍ଥାରେ ୬ ମୃତ .. ଆଉ ୨୬,୮୩୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ..

Comments are closed.