www.samajalive.in
Monday, December 15, 2025
15.1 C
Bhubaneswar

ରଥଯାତ୍ରା ଉତ୍ସବ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଫୁଲବାଣୀ : ପବିତ୍ର ରଥଯାତ୍ରା ଅବସରରେ ଫୁଲବାଣୀ ମାଦିକୁନ୍ଦା ଛକ ସ୍ଥିତ ମାଉସିମା’ ମନ୍ଦିର ପରିସରରେ ଜିଲା ସାଂସ୍କୃତି ପରିଷଦ ପକ୍ଷରୁ ପ୍ରତ୍ୟେକ ଦିନ ସଂନ୍ଧ୍ୟାରେ ବିିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ଏଥିରେ ଜିଲା ଓ ଜିଲା ବାହାରର ବହୁ ସଂଖ୍ୟାରେ କାଳାକର ସାମିଲ୍‌ ହୋଇ ବିିଭିନ୍ନ ପ୍ରକାର କଳା ପରିବେଶଷ କରୁଛନ୍ତି । ଏଳଭି ସ୍ଥଳେ ଶନିବାର ସୁନ୍ଦରଗଡ଼ରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୟୁରୀ ନୃତ୍ୟଦଳ ପକ୍ଷରୁ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା । ସମ୍ବଲପୁରୀ ଲୋକଗୀତ , ଭଜନନୃତ୍ୟକୁ ଦର୍ଶକ ଭାବେ ବେସ୍‌ ଉପଭୋଗ କରିଥିଲେ ।

ଅନୁଷ୍ଠାନର ମୁଖ୍ୟ ଉଦ୍ଧବଭ ଭିତ୍ରିଆଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠାନର କଳାକାର ମାନେ ସେମାନଙ୍କର କଳା ପ୍ରଦର୍ଶନ କରିଥିବା ବେଳେ ଜିଲା ସଂସ୍କୃତି ପରିଷଦ ପକ୍ଷରୁ ଅନୁଷ୍ଠାନକୁ ଉତ୍ତରୀୟ ଓ ମାନପତ୍ର ଓ ସ୍କୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

- Advertisement -

ଉଦ୍‌ଘାଟନି କାର୍ଯ୍ୟକ୍ରମରେ ଜିଲା ସଂସ୍କୃତି ଅଧିକାରୀ ଅୟକ୍ଷ କୁମାର ସେଠୀ , ଦଧିବାମନ ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରଦୀପ ମୁନୀ , ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ହରିଶ୍ଚନ୍ଦ୍ର ମହାରଣା ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଜିଲା ସଂସ୍କୃତି ବିଭାଗର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ । ବର୍ଷା ସତ୍ୱେ ମଧ୍ୟ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ରବିବାର ଭକ୍ତି ସମ୍ପନ୍ନ ଭଜନ ସଂନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories