ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ମେଳା ଅନୁଷ୍ଠିତ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ସରକାରୀ ଆବାସିକ ହାଇସ୍କୁଲ ପରିସରରେ ତିନି ଦିବସିୟ ମୌଳିକା ସାକ୍ଷରତା ଓ ସଂଜ୍ଞାହୀନ ମିଶନ ହାସଲ୍‌ ପାଇଁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ମେଳା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମନୋଜ କୁମାର ମିଶ୍ର ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଡିଆଇଟି ଟିକାବାଲିର ବରିଷ୍ଠ ଶିକ୍ଷକ ସୁବାସ ଚନ୍ଦ୍ର ସାହୁ ଯୋଗଦେଇଥିଲେ । ବ୍ଳକ ଶିକ୍ଷା କାର୍ଯ୍ୟାଳୟ ଓ ଟିକାବାଲି ସ୍ଥିତ ଡିଆଇଟିର ମିଳିତ ସହଯୋଗର ଅନୁଷ୍ଠିତ ଏହି ସାମଗ୍ରୀ ପ୍ରସ୍ତୁତି ମେଳାରେ ବ୍ଳକର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଏବଂ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଯେଗାଦେଇଥିଲେ ।

prayash

ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଲିମ୍‌ଦାତା ଭାବେ ରାଜ୍ୟ ସାଧନ କର୍ମୀ ସୀମାଞ୍ଚଳ ମୁଖୀ ଓ ଜିଲା ସାଧନ କର୍ମୀ ରମାକାନ୍ତ ବେହେରା, ଅଜୟ କୁମାର ମହାନ୍ତି, ଧରିତ୍ରୀ ପ୍ରଧାନ, ଜିତେନ୍ଦ୍ର କୁମାର କହଁର ଏବଂ ଦିଲ୍ଲୀପ କୁମା ପାଣିଗ୍ରାହୀ ଯୋଗଦେଇଥିଲେ । ବିଶେଷ କରି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ଭାଷଣ ଓ ଗଣିତ ସହଜ, ସୁଲଭ ଓ ଆକର୍ଷଣୀୟ ଶିକ୍ଷକ ସାମଗ୍ରୀ ପ୍ରସ୍ତୁତ କରିବା ଓ ମିଶନ୍‌ ହାସଲ କରିବା ପାଇଁ ଉର୍ଦ୍ଧିଷ୍ଟ ବୋଲି ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି ।

kalyan agarbati

Comments are closed.