www.samajalive.in
Tuesday, December 9, 2025
19.1 C
Bhubaneswar

ଆକ୍ଟିଭ୍‌ରେ କନ୍ଧମାଳ ଜିଲ୍ଲାପାଳ; ଦାୟିତ୍ୱ ଗ୍ରହଣ ପରେ ବୁଲିଲେ ମୁଖ୍ୟ ଚିକିତ୍ସାଳୟ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ବୁଧବାର ଆଶିଷ୍‌ ଈଶ୍ୱର ପାଟିଲ୍‌ ଦାୟିତ୍ୱ ଗ୍ରହଣ କରିବା ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଗସ୍ତ କରିଥିଲେ । ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ମାନେ ଜିଲ୍ଲାପାଳଙ୍କୁ ଚିହ୍ନିନଥିବା ବେଳେ କେବଳ ଗାଡ଼ିକୁ ଦେଖି ସମସ୍ତ ଏକ ପ୍ରକାର ସଜାଗ ହୋଇଯାଇଥିଲେ । କିଏ କିଛି ପଚାରିବା ପୂର୍ବରୁ ନିଜେ ଜିଲ୍ଲାପାଳ ଡାକ୍ତରଖାନା ପରିସର ବୁଲିବା ସହିତ ବିଭିନ୍ନ ୱାର୍ଡ ମଧ୍ୟ ପରିଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ ଗସ୍ତ ଖବର ପାଇ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଅନ୍ୟ କର୍ମଚାରୀ ମାନେ ପହଞ୍ଚି ଜିଲ୍ଲାପାଳଙ୍କ ସ୍ୱାଗତ କରିବା ସହିତ ବିଭିନ୍ନ ୱାର୍ଡ ଗସ୍ତବେଳେ ସାମିଲ୍‌ ହୋଇଥିଲେ । ଜିଲ୍ଲାପାଳ ଏହି ଗସ୍ତ ଅବସରରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

ତାହାସହ ବିଭିନ୍ନ କାର୍ଯ୍ୟର ମଧ୍ୟ ତଦାରଖ କରିଥିଲେ ଜିଲ୍ଲାପାଳ ।  ତେବେ ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିବା ପରେ ପରେ ଅଚାନକ ଡାକ୍ତରଖାନା ଗସ୍ତ ଯୋଗୁ ଅନେକ କର୍ମଚାରୀଙ୍କ ମଧ୍ୟରେ ମଧ୍ୟ ଛନକା ପଶିଯାଇଥିଲା । ପ୍ରକାଶଯେ, ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକତା ଠାରୁ କମ୍‌ ସଂଖ୍ୟାକ ଡାକ୍ତରଥିବା ବେଳେ ଅନେକ ସମୟରେ ଲୋକେ ଚିକିତ୍ସା ସେବା ପାଇବା ପାଇଁ ନାହିଁ ନଥିବା  ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଦାବି ଓ ଅଭିଯୋଗ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଅନେକ ଜରୁରି ଡାକ୍ତର ପଦବି ପୁରଣ ହୋଇ ପାରିନାହିଁ । ଏହି ଡାକ୍ତରଖାନା ଉପରେ ସମଗ୍ର ଜିଲ୍ଲା ସମେତ ପୋଡ଼ଶୀ ଜିଲ୍ଲାର ରୋଗୀ ମାନେ ମଧ୍ୟ ନିର୍ଭର କରିଥାନ୍ତି ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories