www.samajalive.in
Wednesday, December 10, 2025
16.1 C
Bhubaneswar

ବାବା ନିତ୍ୟାନନ୍ଦ ’କୈଳାସା’ ଲାଗି ଆରମ୍ଭ କରିବେ ବିମାନ ସେବା, ବିଦେଶୀଙ୍କୁ ଦିଆଯିବ ଭିସା

ଦୁଷ୍କର୍ମ ଅଭିଯୁକ୍ତ ଫେରାର ବାବା ନିତ୍ୟାନନ୍ଦ ପ୍ରତିଷ୍ଠା କରିଥିବା ନିଜ ଦେଶ କୈଳାସାର ଆତ୍ମଘୋଷିତ ରାଷ୍ଟ୍ରମୁଖ୍ୟ । କିଛିଦିନ ପୂର୍ବରୁ ସେ ନିଜ ଦେଶର ରିଜର୍ଭ ବ୍ୟାଙ୍କ ଗଠନ କରିଥିଲେ । ଏବେ କୈଳାସାକୁ ବିମାନସେବା ଆରମ୍ଭ କରାଯିବା ଓ ବିଦେଶୀଙ୍କୁ ଭିସା ଦିଆଯିବା ନେଇ ଘୋଷଣା କରିଛନ୍ତି । ଲାଟିନ ଆମେରିକୀୟ ଦେଶ ଇକ୍ୟୁଏଡୋର ନିକଟବର୍ତ୍ତୀ ଏହି ଦେଶର ଭାଷା ସଂସ୍କୃତ, ଇଂରାଜୀ, ତାମିଲ ହେବ ବୋଲି ମଧ୍ୟ ସେ କହିଛନ୍ତି ।

ପଳାତକ ବାବା ନିତ୍ୟାନନ୍ଦଙ୍କ ୱେବସାଇଟ୍ ଅନୁଯାୟୀ କୈଳାସା ପାଇଁ ଭିସା ଦିଆଯିବା କାର୍ଯ୍ୟକ୍ରମ ଖୁବ୍ ଶୀର୍ଘ ଆରମ୍ଭ ହେବ । ବାବା ନିତ୍ୟାନନ୍ଦ ଏକ ଭିଡ଼ିଓ ବାର୍ତାରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଦେଶର ନିଜର ସମ୍ବିଧାନ ଓ ଆଇନ ରହିବ ଏବଂ ଦେଶକୁ ଯାତାୟତ ଲାଗି ଚାଟାର୍ଡ଼ ଫ୍ଲାଇଟ୍ ବ୍ୟବସ୍ଥା କରାଯିବ ।

- Advertisement -

ରାଜଶେଖରନ୍ ଓରଫ ସ୍ବାମୀ ନିତ୍ୟାନନ୍ଦ ଜୀ ମହାରାଜଙ୍କ  ୱେବସାଇଟ୍ ଦାବି କରିଛି ଯେ ଏହା ବିଶ୍ୱର ଏକମାତ୍ର ହିନ୍ଦୁ ରାଷ୍ଟ୍ର ହେବ। ଯେଉଁଠାରେ ଏହାର ନିଜର ପ୍ରଧାନମନ୍ତ୍ରୀ, କ୍ୟାବିନେଟ୍, ଆଇନ, ସମ୍ବିଧାନ ଏବଂ ସେନା ମଧ୍ୟ ରହିବ। ୱେବସାଇଟରେ କୁହାଯାଇଛି ଯେ କୌଣସି ହିନ୍ଦୁ ଏଠାରେ ନାଗରିକତ୍ୱ ନେଇପାରିବେ। ହିନ୍ଦୁ ଧର୍ମର ଲୋକମାନେ, ଜାତି ନିର୍ବିଶେଷରେ ଏକ ସୁରକ୍ଷିତ ସ୍ଥାନ ଚାହୁଁଛନ୍ତି, ସେମାନେ ଏଠାକୁ ଆସିପାରିବେ | ଇକ୍ୟୁଏଡର୍ ନିକଟରେ ଥିବା ନିତ୍ୟାନନ୍ଦ ଏହି ଦ୍ୱୀପ କିଣି ଏହାକୁ କୈଳାସା ନାମକ ରାଷ୍ଟ୍ରରେ ପରିଣତ କରିବା ସହିତ ନିଜ ଷଣ୍ଢକୁ ନିଜ ଦେଶର ଜାତୀୟ ପଶୁ ଘୋଷଣା କରିଛନ୍ତି ।

ନିଜକୁ ଭଗବାନ ଶିବଙ୍କ ଅବତାର ବୋଲାଉଥିବା ନିତ୍ୟାନନ୍ଦ ଏକ ବଳାତ୍କାର ଓ ଅପହରଣ ଅଭିଯୋଗରେ ଜେଲ ଯାଇଥିଲେ । ଏହାପରେ ସେ ଗୋପନରେ ଦେଶ ଛାଡ଼ି ଅନ୍ୟତ୍ର ପଳାଇଥିଲେ ।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories