www.samajalive.in
Wednesday, December 10, 2025
16.1 C
Bhubaneswar

ଫଳ ବଜାରରେ ନିଆଁ ଲାଗିଲା ; ୧୩ ଦୋକାନୀ କ୍ଷତିଗ୍ରସ୍ତ, ୭ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

ବଲାଙ୍ଗିର : ଗୁରୁବାର ରାତିରେ ବଲାଙ୍ଗିର ସରକାରୀ ବସ୍‌ ଷ୍ଟାଣ୍ଡ ନିକଟରେ ଥିବା ଫଳ ବଜାରରେ ନିଆଁ ଲାଗି ଫଳ ବେପାରୀଙ୍କର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡିଯାଇଛି। ଶୁକ୍ରବାର ସକାଳେ ବ୍ୟବସାୟୀମାନେ ପହଞ୍ଚିବା ସହ ସ୍ଥାନୀୟ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲାର ଅନୁସନ୍ଧାନ ଚଳାଇଛି।

ପୂର୍ବରୁ ଜିଲା ଯୋଗାଣ କାର୍ଯ୍ୟାଳୟକୁ ଲାଗି ଫଳ ଦୋକାନୀମାନେ ଫଳ ବିକ୍ରି କରୁଥିଲେ। ଜିଲା ଯୋଗାଣ କାର୍ଯ୍ୟାଳୟ ଭଙ୍ଗା ଯିବା ସହ ସାମ୍ନାରେ ଥିବା ଉପ ଜିଲାପାଳଙ୍କ ସରକାରୀ ଘରକୁ ମଧ୍ୟ ଭଙ୍ଗାଯାଇଥିଲା। ସେହି ସ୍ଥାନରେ ଫଳ ଦୋକାନୀଙ୍କୁ ଥଇଥାନ କରାଯାଇଥିଲା। କିଏ କେଉଁଠି ଫଳ ବିକ୍ରି କରିବେ ସେନେଇ ଅନେକ ଥର ଝଗଡ଼ା ହେବା ସହ ଆପୋଷ ବୁଝାମଣା ହେଉଥିଲା। ତେବେ ଗୁରୁବାର ରାତିରେ ଫଳ ଦୋକାନଗୁଡ଼ିକରେ ନିଆଁ ଲାଗିଥିଲା। କେମିତି ନିଆଁ ଲାଗିଲା ତାହା ଜଣାପଡି ନଥିଲେ ବି ବେପାରୀ ଯୁଧିଷ୍ଟିର ଦାସ, ରଞ୍ଜିତ ଷାଣ୍ଢ, ଯୁଜେଷ୍ଟି ଜେନା, ଲକି ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ, ବାଞ୍ଛାବଟ ଜେନା, ଟୁକଲୁ ଜେନାଙ୍କ ଭଳି ୧୩ଜଣ ବ୍ୟବସାୟୀଙ୍କ ଫଳ ଦୋକାନ, ୧୭ଟି ଠେଲା, ୮ଟି ଇଲେକ୍ଟ୍ରିକ୍ ଓଜନ ମେସିନ ଜଳି ଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ୬ରୁ ୭ ଲକ୍ଷ ଟଙ୍କା ହେବ। ସରକାରୀ ବସ୍‌ ଷ୍ଟାଣ୍ଡ ନିକଟରେ ପୁଲିସ ପିସିଆର୍ ଭ୍ୟାନ ଥିବା ବେଳେ ୨ଜଣ ହୋମଗାର୍ଡ ମଧ୍ୟ ଡ୍ୟୁଟିରେ ଥିଲେ। ସେମାନେ ନିଆଁ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ନିଆଁକୁ ଦମକଳ ବାହିନୀ ଆୟତ୍ତ କରିଥିଲେ। ଯଦି ଠିକଣା ସମୟରେ ଆୟତ୍ତ କରି ନଥିଲେ ଅଧିକରୁ ଅଧିକ ଫଳ ଦୋକାନ ପୋଡିବାର ସମ୍ଭାବନା ରହିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଶୁକ୍ରବାର ସକାଳେ ଟାଉନ୍ ଥାନାରେ କ୍ଷତିଗ୍ରସ୍ତ ଫଳ ଦୋକାନୀଙ୍କ ଅଭିଯୋଗକୁ ଆଧାର କରି ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି। ଟାଉନ୍ ଥାନା ଆଇଆଇସି ସଂଗ୍ରାମ ପଟ୍ଟନାୟକଙ୍କ ସୂଚନା ଅନୁସାରେ ପୋଡିଥିବା ଫଳ ଦୋକାନ ସାମ୍ନାରେ ଥିବା କିଛି ସିସି ଟିଭି ଫୁଟେଜ୍ ଯାଞ୍ଚ କରାଯାଇଛି। ସେଭଳି କୌଣସି ସନ୍ଦିଗ୍ଧଙ୍କ ଗତିବିଧି ଜଣାପଡିନି। ତଥାପି ପୁଲିସ ତଦନ୍ତ ଚଳାଇଥିବା କହିଛନ୍ତି ଶ୍ରୀ ପଟ୍ଟନାୟକ।

- Advertisement -

କିଏ ବୁଝିବ ଆମ ଦୁଃଖ..

ବଲାଙ୍ଗିର ବ୍ରାହ୍ମଣପଡ଼ାରେ ଫଳ ବେପାରୀ ଟୁକଲୁ ଜେନାଙ୍କ ଘର। ଅନ୍ୟ ବେପାରୀଙ୍କ ଭଳି ସେ ଗୁରୁବାର ରାତି ସାଢେ ୧୦ଟାରୁ ୧୧ଟା ମଧ୍ୟରେ ଦୋକାନ ବନ୍ଦ କରି ଯାଇଥିଲେ। ଘରେ ଖାଇ ଶୋଇଲା ବେଳକୁ ଫୋନ୍ ପାଇଥିଲେ ଦୋକାନ ପୋଡି ଛାରଖାର ହୋଇଯାଇଛି। କରୋନା, ଲକ୍ଡାଉନ୍ର କ୍ଷତିରୁ ବାହାରି ଦୋକାନ ସ୍ଥାନାନ୍ତର କରିଥିଲେ। ଆଉ ଏବେ ଦୋକାନ ପୋଡିଯିବା ସେମାନଙ୍କ ପାଇଁ ବୋଝ ଭଳି। ଏମିତି କଥା ହେଉ ହେଉ କାନ୍ଦି ପକାଇଥିଲେ ଟୁକଲୁ। କିଛି ଲୋକ ଉଦ୍ଦେଶ୍ୟମୂଳକ ଭାବେ ଏଭଳି ଦୋକାନ ପୋଡି କରିଛନ୍ତି ବୋଲି ଟୁକଲୁଙ୍କ ସହ ଅନ୍ୟ କ୍ଷତିଗ୍ରସ୍ତ ବେପାରୀମାନେ କହିଛନ୍ତି।

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories