www.samajalive.in
Wednesday, December 10, 2025
16.1 C
Bhubaneswar

କଂଟାବାଂଜି ପୁଲିସ ଦ୍ୱାରା ୨୩ ଦାଦନ ଶ୍ରମିକ ଉଦ୍ଧାର

କଂଟାବାଂଜି : କଂଟାବାଂଜି ପୁଲିସ ଦ୍ୱାରା ଗୁରୁବାର ବିଳମ୍ବିତ ରାତିରେ ଡୁମେରଚୁଆଁ-କଂଟାବାଂଜି ରାସ୍ତା ମହାବୀର ରେସିଡେନ୍ସି ନିକଟରେ ଲିଙ୍କ୍ ଏକ୍ସପ୍ରେସଯୋଗେ ବିଳମ୍ବିତ ରାତିରେ ହାଇଦ୍ରାବାଦ ଚାଲାଣ ହେବାକୁ ଥିବା ଦାଦନ ଶ୍ରମିକକୁ ଉଦ୍ଧାର କରିଯାଇଥିବା ଜଣାପଡିଛି। ଚାଲାଣ ହେଉଥିବା ଦାଦନ ଶ୍ରମିକମାନେ ଖଗସା ଗ୍ରାମର ଜୈନିକ ସର୍ଦ୍ଧାର କଂଟାବାଂଜି ରେଲୱେ ଷ୍ଟେସନକୁ ନେଇ ଯାଉଥିଲା। ଦାଦନ ଶ୍ରମିକମାନେ ଟିଟିଲାଗଡ ଥାନା ଅନ୍ତର୍ଗତ ସିରୋଲ ଗ୍ରାମର ବୋଲି ଜଣାପଡିଥିବାବେଳେ ଖଗସା ଗ୍ରାମର ଦାଦନ ସର୍ଦ୍ଧାର ମାୟା ତାଣ୍ଡି ବାହାର ରାଜ୍ୟକୁ ଚାଲାଣ କରୁଥିବା ନେଇ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରୁ ସମସ୍ତଙ୍କ ଉଦ୍ଧାର କରି ଯାଂଚ ପାଇଁ ଥାନାକୁ ନେଇଥିଲା। ଏମାନଙ୍କ ମଧ୍ୟରେ ଚାରି ଜଣ ମହିଳା, ୩ଜଣ ନାବାଳକ ସହ ୧୬ ଜଣ ପୁରୁଷ ଥିବାର ଜଣାପଡିଛି। ଉଦ୍ଧାର ଦାଦନ ଶ୍ରମିକମାନଙ୍କ ବୟାନ ରେକର୍ଡ କରି ସେମାନଙ୍କୁ ରାତାରାତି ନିଜ ଗ୍ରାମକୁ ବିଭିନ୍ନ ଗାଡି ଯୋଗେ ପଠାଇ ଦିଆଯାଇଛି। ଏମାନଙ୍କ ପାଖରେ କୌଣସି ମୁଭମେଂଟ ଅର୍ଡର କିମ୍ବା ଅନ୍ୟ କୌଣସି କାଗଜାଦ ନ ଥିବାରୁ ବେଆଇନ ଚାଲାଣ କରୁଥିବା ପୁଲିସ ଜାଣିବାକୁ ପାଇଥିଲା।  ଘଟଣାସ୍ଥଳରୁ ସର୍ଦ୍ଦାର ଫେରାର ହୋଇଥିବା ବେଳେ ଜଣେ ଗିରଫ ଡ୍ରାଇଭରକୁ ହର୍ଷକଟା ଥାନାରେ ଅଟକ ରଖବା ସହ ଶ୍ରମନୀରିକ୍ଷକକୁ ଡକାଇ ଅଧିକ ତଦନ୍ତ ଚଳାଇଥିବା  ଜଣାପଡିଛି। ଗିରଫ ଡ୍ରାଇଭରକୁ ଆଜି ଅପରାହ୍ନରେ କୋର୍ଟଚାଲାଣ କରାଯିବା ସହ ଏହି କେସ ର ତଦନ୍ତ ଭାର ପିକେ ଦୁରିଆ ଏସ୍.ଆଇ ଙ୍କୁ ଦିଆଯାଇଥିବା ନେଇ ଥାନା ଭାରପ୍ରାପ୍ତ ଅଧିକାରୀ ସତ୍ୟଜିତ୍ କନ୍ଦନକେଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories