ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ନିଖୋଜ ମାମଲା ; ଅପହରଣ ନାଟକ ରଚି ନିଜେ ଫସିଲେ
ଉପାଧ୍ୟାକ୍ଷଙ୍କ କାର ସହ ୨ ବାଇକ ଜବତ ୬ ଅଟକ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ ସାହୁ ଗତ ୨ ତାରିଖ ରାତି ୯ଟାରେ ଜାଜେସ ପଙ୍ଗା ଘାଟି ନିକଟରୁ ପରିସ୍ରା କରିବାକୁ ଯାଇ ନିଖୋଜ ହୋଇଥିବା ଘଟଣା ପରେ ଏହି ଘଟଣା କିନ୍ତୁ ନୂଆ ମୋଡ଼ ନେଇଛି। ନିଜକୁ ନିଜର ପତିଆରା ଓ ଲୋକଙ୍କୁ ଭୁଆଁ ବୁଲାଇବାକୁ ନିଜେ ଉପାଧ୍ୟକ୍ଷ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ନିଜେ ସ୍ୱୀକାର କରିଥିବା ବେଳେ ଏହି ଘଟଣାର ପ୍ରକୃତ ରହସ୍ୟକୁ ଫିରିଙ୍ଗିଆ ପୋଲିସ ଗୁରୁତର ସହ ନେଇ ଦିନ ରାତି ପରିଶ୍ରମ କରି ଖୁଲାସା କରିଛି। ସୂଚନା ଅନୁସାରେ ଏହି ଘଟଣା ସାରା ଫିରିଙ୍ଗିଆ ବ୍ଲକରେ ଚର୍ଚ୍ଚାର ବିଷୟ ପାଲଟି ଭୟର ବାତା ବରଣ ସୃଷ୍ଟି କରିଥିବା ବେଳେ ପୁଲିସର ଉଦ୍ଧାର ପାଇଁ ନିଦ ହଜି ଯାଇଥିଲା। ବିଭିନ୍ନ ଜାଗାରେ ଉପାଧ୍ୟକ୍ଷ ଅଜିତ ସାହୁଙ୍କୁ ପୁଲିସ ଖୋଜିବାରେ ସାହାଯ୍ୟ କରୁନଥିବା ଅଭିଯୋଗ ହେଉଥିବା ବେଳେ ପୁଲିସ କିନ୍ତୁ ସତ ଘଟଣାକୁ ଖୁଲାସା କରିଥିବା ବେଳେ ଆଜି ସଦର ଏସଡିପିଓ ସୁପ୍ରସନ ମଲିକ ଓ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଫିରିଙ୍ଗିଆ ଥାନାରେ ପ୍ରେସ ମିଟ୍ କରି ସମସ୍ତ ସୂଚନା ଦେଇଥିବା ବେଳେ ନିଜେ ଉପାଧ୍ୟାକ୍ଷ ସତ ଘଟଣାକୁ ପ୍ରେସ ମିଟରେ ସ୍ୱୀକାର କରିଛନ୍ତି।
ସୂଚନା ଅନୁସାରେ ଘଟଣା ଦିନ ଉପାଧ୍ୟକ୍ଷ ଜାଜେସ ପଙ୍ଗାଗାଁକୁ ବରାଳ ଦେବୀ ପୂଜା ପାଇଁ ଅତିଥି ଭାବରେ ଯୋଗ ଦେବାକୁ ଯାଇ ନିଜେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଘାଟି ପୂର୍ବରୁ ପୂର୍ବ ପ୍ରସ୍ତୁତି ଅନୁସାରେ ନିଜ ଗାଡ଼ିରେ ଚାବି ଏବଂ ମୋବାଇଲ ଛାଡି ନିଜର ଜଣେ ସାଙ୍ଗ ଅଜିତ ରଣା ବୌଦ୍ଧ ଜିଲ୍ଲାଙ୍କ ସହାୟତାରେ ବରଘା ମୁଣ୍ଡା ବାଇକ ଯୋଗେ ନେଇ ଥିବା ବେଳେ ପରେ କଣ୍ଟାମାଲ ଏବଂ ବାଲିଗୁଡାର ସୁଡ୍ରା ଅଂଚଳକୁ ୨ଜଣ ସାଥିଙ୍କ ସହାୟତାରେ ନେଇ ଅପହରଣ ନାଟକ ରଚିଥିଲେ ଏବଂ ଏହି ଘଟଣାରେ ଫିରିଙ୍ଗିଆ ପୁଲିସ ୬ ଜଣଙ୍କୁ ଅଟକ ରଖି ଗୋଟିଏ କାର ୨ଟି ବାଇକ ଜବତ କରିଥିବା ବେଳେ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ କରି ଥିବା ଜଣା ପଡିଛି।
Comments are closed.