www.samajalive.in
Monday, December 15, 2025
17.1 C
Bhubaneswar

ଲୋକସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟରେ ୬୧.୧୨% ମତଦାନ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୧୧ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ମୋଟ ୯୫ଟି ଆସନ ପାଇଁ ଗୁରୁବାର ଭୋଟ ଗ୍ରହଣ କରାଯାଇଛି। ସନ୍ଧ୍ୟା ୫ଟା ୩୦ ସୁଦ୍ଧା ୬୧.୧୨% ମତଦାନ ହୋଇଛି। ପଶ୍ଚିମବଙ୍ଗର ଅନେକ ସ୍ଥାନରେ ହିଂସାକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଏହାସତ୍ତ୍ବେ ପଶ୍ଚିମବଙ୍ଗରେ ସର୍ବାଧିକ ୭୫.୨୭% ଭୋଟ ଗ୍ରହଣ ହୋଇଛି। ପଶ୍ଚିମବଙ୍ଗର ଗୋଟିଏ ନିର୍ବାଚନ ବୁଥରେ ବିଜେପି ଏବଂ ଟିଏମ୍‍ସି କର୍ମୀଙ୍କ ଗଣ୍ଡଗୋଳରେ ଇଭିଏମ ମେସିନ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି। ଓଡ଼ିଶାର ଗଞ୍ଜାମରେ ଭୋଟ ଦାନ ପାଇଁ ଧାଡ଼ିରେ ଠିଆ ହୋଇଥିବା ଜଣେ ୯୫ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।
ଦ୍ୱିତୀୟ ପର୍ଯ୍ୟାୟରେ ୯୭ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବାର ଥିଲା। ଭୋଟ ପାଇଁ ନୋଟ ବଣ୍ଟାଯାଉଥିବା ଅଭିଯୋଗରେ ତାମିଲନାଡୁର ଭେଲୋର ଲୋକସଭା ନିର୍ବାଚନକୁ ରଦ୍ଦ କରିଦିଆଯାଇଥିଲା। ସେହିପରି ତ୍ରିପୁରା ପୂର୍ବ ଲୋକସଭା ଆସନରେ ମତଦାନକୁ ଅପ୍ରେଲ ୨୩କୁ ଘୁଞ୍ଚାଇ ଦିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୧୫.୭୯ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ମୋଟ ୧୬୨୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ମେସିନରେ ସିଲ୍‍ ହୋଇଯାଇଛି। ଏଥିପାଇଁ ୧.୮୧ ଲକ୍ଷ ପୁଲିଂ ବୁଥ୍‍ ଖୋଲା ଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ୫ ରାଜ୍ୟର ୬୮ ଆସନରେ ସିଧାସଳଖ ଭାବେ ବେଜିପି ନେତୃତ୍ୱାଧୀନ ଏନ୍‍ଡିଏ ଏବଂ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ୩ ରାଜ୍ୟର ୯ ଆସନ ପାଇଁ ମେଣ୍ଟ ହୋଇନାହିଁ। ସେଠାରେ ସିଧାସଳଖ ଭାବେ ବିଜେପି- କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି।
ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସହ ବଡ଼ ଚେହେରା ଭାବେ କର୍ଣ୍ଣାଟକର ତୁମକୁର ଲୋକସଭା ଆସନରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବଗୌଡ଼ା, ଉତ୍ତରପ୍ରଦେଶର ମଥୁରା ଲୋକସଭା ଆସନରୁ ବିଜେପି ପ୍ରାର୍ଥିନୀ ହେମା ମାଳିନୀ, ବେଙ୍ଗାଲୁରୁ ଉତ୍ତର ଲୋକସଭା ଆସନରୁ କେନ୍ଦ୍ର ମନ୍ତ୍ରୀ ସଦାନନ୍ଦ ଗୌଡ଼ା, ଜାମ୍ମୁ କାଶ୍ମୀରର ଉଧମପୁର ଲୋକସଭା ଆସନରୁ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ, ତାମିଲନାଡୁ ତୁତୁକୁଡ଼ି ଆସନରୁ ଡିଏମକେ ନେତ୍ରୀ କାନିମୋଝୀ, ମହାରାଷ୍ଟ୍ର ସୋଲାପୁର ଆସନରୁ କଂଗ୍ରେସ ନେତା ତଥା ପୂର୍ବତନ ଗୃହ ମନ୍ତ୍ରୀ ସୁଶୀଲ କୁମାର ସିଦେ୍ଧ, ଉତ୍ତରପ୍ରଦେଶ ଫତେପୁର ଆସନରୁ ରାଜ ବବର, ଶ୍ରୀନଗର ଲୋକସଭା ଆସନ ପ୍ରାର୍ଥୀ ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‍ ଅବଦୁଲାଙ୍କ ଭାଗ୍ୟ ଇଭିଏମରେ ବନ୍ଦ ହୋଇଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories