www.samajalive.in
Sunday, December 7, 2025
23.1 C
Bhubaneswar

ପୁଣି ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ତୈଳ ଦର । ଆଜି ପୁଣି ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ୍‌ ବୃଦ୍ଧି ପାଇଛି । ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଲଗାତର ୩ୟ ଥର ପାଇଁ ତୈଳ ଦର ବୃଦ୍ଧି କରିଛନ୍ତି । ଆଜି ଡିଜେଲର ମୂଲ୍ୟ ୮୦ ରୁ ୮୫ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୮୦ ରୁ ୮୫ ପଇସା ବୃଦ୍ଧି ପାଇଛି। ନୂଆଦିଲ୍ଲୀ​‌ରେ ପେଟ୍ରୋଲ ୯୮ଟଙ୍କା ୬୧ ପଇସା ରହିଥିବା ବେଳେ ଡିଜେଲର ଦାମ୍‌ ୮୯ଟଙ୍କା ୮୭ ପଇସା ରହିଛି ।  ସେହିପରି ମୁମ୍ବାଇରେ ୧୧୩ ଟଙ୍କା ୩୫ ପଇସା ପେଟ୍ରୋଲ ଓ ୯୭ଟଙ୍କା ୫୫ ପଇସା ଡିଜେଲ ରହିଛି । କୋଲକାତାରେ ପେଟ୍ରୋଲ ୧୦୮ଟଙ୍କା ୦୧ ପଇସା ଡିଜେଲ ୯୩ଟଙ୍କା ୦୧ ପଇସା ଡିଜେଲ ରହିଛି । ଚେନ୍ନାଇରେ ମଧ୍ୟ ୧୦୪ଟଙ୍କା ୪୩ ପଇସା ପେଟ୍ରୋଲ ଥିବା ବେଳେ, ଡିଜେଲ ରହିଛି ୯୪ଟଙ୍କା ୪୭ ପଇସା । ଅନ୍ୟପଟେ ଭୁବନେଶ୍ବରରେ ମଧ୍ୟ ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦାମ୍‌ ।  ଭୁବନେଶ୍ବରରେ ପେଟ୍ରୋଲ ୧୦୫ ଟଙ୍କା ୨୨ ପଇସା ଥିବା ବେଳେ ୯୫ଟଙ୍କା ୦୨ ପଇସା ରହିଛି ଡିଜେଲ ଦାମ୍‌ । ତେବେ ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଅନ୍ୟ ସ୍ଥାନ ଗୁଡ଼ିକର ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories