ଦେଶରେ କମିଲା ପେଟ୍ରୋଲ ଡିଜେଲ ଦର
ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି । ପେଟ୍ରୋଲ ଲିଟର ପ୍ରତି ଦେଶରେ ୯ଟଙ୍କା ୫୦ ପଇସା ହ୍ରାସ ପାଇଥିବା ବେଳେ ଡିଜେଲ ଲିଟର ପ୍ରତି ୭ଟଙ୍କା ହ୍ରାସ କରାଯାଇଛି । ଇନ୍ଧନ ଉପରେ କେନ୍ଦ୍ର ସରକାର ଏକ୍ସାଇଜ୍ ଶୁକ୍ଳ ହ୍ରାସ କରିବା ଦ୍ୱାରା ପେଟ୍ରୋଲ ଓ ଡିଜେଲ ଦର କମିଛି । ଏନେଇ ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଥିଲେ । ସେ କହିଥିଲେ କେନ୍ଦ୍ର ସରକାର ଇନ୍ଧନ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିବେ । ଯାହା ଫଳରେ ତୈଳ ଦର ହ୍ରାସ ପାଇବ । ପେଟ୍ରୋଲ ଉପରେ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ପିଛା ୮ ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ୬ ଟଙ୍କା ହ୍ରାସ କରୁଛୁ । ଏହାଦ୍ୱାରା ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯.୫ ଟଙ୍କା ଏବଂ ଡିଜେଲର ଲିଟର ପିଛା ୭ ଟଙ୍କା ହ୍ରାସ ପାଇବ। ଆଜି ତୈଳ ଦର ହ୍ରାସ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ତୈଳଦର ଅଲଗା ଅଲଗା ରହିଥିବା ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୧୦୩.୧୯ ଟଙ୍କା ରହିଥିବା ବେଳେ ନୂଆଦିଲ୍ଲୀରେ ୯୬ଟଙ୍କା ୭୨ପଇସା, କୋଲକାତା ୧୦୬ଟଙ୍କା ୦୩ ପଇସା, ମୁମ୍ବାଇ୧୧୧ଟଙ୍କା ୩୫ ପଇସା, ଚେନ୍ନାଇ ୧୦୨ଟଙ୍କା ୬୩ ପଇସା ରହିଛି । ବାଙ୍ଗାଲୋର ୧୦୧ଟଙ୍କା ୯୪ପଇସା, ଚଣ୍ଡିଗଡ଼ ୯୬ଟଙ୍କା ୨ପଇସା, ହାଇଦ୍ରାବାଦ ୧୦୯ଟଙ୍କା ୬୬ ପଇସା, ଜୟପୁର ୧୦୮ଟଙ୍କା ୪୮ପଇସା, ଲକ୍ଷ୍ନୌ ୯୬ଟଙ୍କା ୫୭ ପଇସା, ପାଟନା ୧୦୭ଟଙ୍କା ୨୪ ପଇସା ରହିଛି ତୈଳ ଦର ।
Comments are closed.