www.samajalive.in
Saturday, December 13, 2025
14.1 C
Bhubaneswar

ମିଳିମିଶି କାର୍ଯ୍ୟକଲେ ହାତୀ-ମଣିଷ ମଧ୍ୟରେ ଆସିବ ସୁସଂପର୍କ

ଗୁରୁଡ଼ିଝାଟିଆ: ସାଧାରଣ ଲୋକଙ୍କ ବିଶ୍ୱାସକୁ ନେଇ ମିଳିମିଶି କାର୍ଯ୍ୟକଲେ ହାତୀ-ମଣିଷ ମଧ୍ୟରେ ଉତ୍ତମ ଭାବ ସୃଷ୍ଟି ହେବା ସହିତ ଏକ ସୁସ୍ଥ ପରିବେଶ ଉଭା ହୋଇପାରିବ ବୋଲି ସେଭ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆଜି ବ୍ରାହ୍ମଣବସ୍ତ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ମା ବରଦେଇ ପୀଠରେ ହାତୀସାଥିଙ୍କ ପାଇଁ ଦୁଇଦିନିଆ ରାଜ୍ୟ ସ୍ତରୀୟ କ୍ଷେତ୍ର ପ୍ରଶିକ୍ଷଣ ଦକ୍ଷତା ବିକାଶ ଶିବିରରେ ଯୋଗଦେଇ ହାତୀ ବିଶେଷଜ୍ଞମାନେ ଉପରୋକ୍ତ ମତପ୍ରକାଶ କରିଥିଲେ। ଲୋକାୟୁକ୍ତଙ୍କ ବରିଷ୍ଠ ସଦସ୍ୟ ତଥା ସେଭ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟର ପ୍ରତିଷ୍ଠାତା ଡଃ ଦେବବ୍ରତ ସ୍ୱାଇଁ ପ୍ରଶିକ୍ଷଣ ଶିବିରରେ ଅଧ୍ୟକ୍ଷତା କରି ହାତୀ ଆମର ବନ୍ଧୁ। ଆମ ସଂସ୍କୃତି ଓ ପରମ୍ପରାରେ ହାତୀକୁ ପୂଜା କରାଯାଏ। ଗତିପଥକୁ ନଓଗାଳି ସେମାନଙ୍କୁ ନିଦ୍ୱର୍ନ୍ଦରେ ବିଚରଣ କରିବା,ସେମାନଙ୍କ ପାଇଁ ଜଙ୍ଗଲରେ ଶାଳେଇ ବାଉଁଶଭଳି ଜଙ୍ଗଲ ସୃଷ୍ଟି କରିବା ଓ ଲୋକମାନଙ୍କ ସହିତ ମିଶି ସଚେତନତା କରିପାରିଲେ ହାତୀ-ମଣିଷ ମଧ୍ୟରେ ଥିବା ଭାବ ଫେରି ଆସିବ ବୋଲି କହିଥିଲେ।

ଅନଗୁଳସ୍ଥିତ ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଯୋଗଜୟା ନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀରେ ହାତୀ ଓ ମଣିଷ ମଧ୍ୟରେ ଲଢେଇ ତୀବ୍ରତର ହୋଇଥିଲା। ହେଲେ ଗତ ୪ବର୍ଷ ଭିତରେ ଏହା ର ଚିତ୍ର ବଦଳି ଯାଇଛି। ଲୋକମାନେ ହାତୀକୁ ଶତ୍ରୁ ବୋଲି ଭାବୁନାହାନ୍ତି। ଏଭଳି ଧାରାକୁ ଆଗକୁ ବଜାୟ ରଖିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି କହିଥିଲେ। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ର୍ପୂର୍ବତନ ଅଧ୍ୟକ୍ଷ ଡଃ ଅନୁପ ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ, ସବୁବର୍ଗର ଜନସାଧାରଣଙ୍କ ସହଭାଗିତା ରହିବା ଉପରେ ଗୁରୁତ୍ୱଆରୋପ କରିବା ସହ ବାଲେଶ୍ୱର ବନଖଣ୍ଡ ର ରାଇବଣିଆ ଅଞ୍ଚଳରୁ ଆସିଥିବା ୧୦ଜଣିଆ ପ୍ରଶିକ୍ଷଣାର୍ଥୀଙ୍କୁ ଉପରୋକ୍ତ ମତପ୍ରକାଶ କରିଥିଲେ।ଲୋକାୟୁକ୍ତଙ୍କ ଉପନିର୍ଦ୍ଦେଶକ (ତଦନ୍ତ) ସସ୍ମୀତା ଲେଙ୍କା ପ୍ରଶିକ୍ଷଣରେ ଯୋଗଦେଇ ବନଅଧିକାରୀମାନେ ଗାଁ ଗଣ୍ଡାରେ ହାତୀ ଓ ପରିବେଶ ପାଇଁ କାର୍ଯ୍ୟକରୁଥିବା ଲୋକଙ୍କ ହୃଦୟର ଭାଷା ବୁଝି ଆପଣାର କରିବା ଉପରେ ଗୁରତ୍ୱାରୋପ କରିଥିଲେ।

- Advertisement -

ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ,ଟ୍ରଷ୍ଟର ବରିଷ୍ଠ ଟ୍ରଷ୍ଟି ଜିତାଶତୃ ମହାନ୍ତି,ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ପାଲସିଂ ମାଥୁର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ହାତୀ-ମଣିଷ ଲଢେଇ ରୋକିବା ଦିଗରେ ସୁଚିନ୍ତିତ ମତ ରଖିଥିଲେ। ଓରନ୍ଦା ବନସଂରକ୍ଷଣ ସମିତିର ସଭାପତି ଇଂ ପ୍ରତାପ ଚନ୍ଦ୍ର ସାମଲ, ପରିବେଶବିତ୍‍ ଶ୍ରୀକର ଜେନା,ଅଶୋକ କୁମାର ଖଟୁଆ, ମାଗୁଣି ଚରଣ ରାଉତ,ଅଭୟ କୁମାର ସାମଲ, ବଂଶୀଧର ଶତପଥି ପ୍ରମୁଖ ପ୍ରଶିକ୍ଷଣ ଶିବିରରେ ଅଶ୍ୱିନୀ ଦାସଙ୍କ ନେତୃତ୍ୱରେ ଆସିଥିବା ଆଗନ୍ତୁକ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପ୍ରଶିକ୍ଷଣାର୍ଥୀମାନେ ହାତୀ ଚଲାପଥ, ବାସସ୍ଥାନ, ହାତୀଶାବକ ସ୍ଥାନ ଆଦି ବୁଲି ଦେଖିଥିଲେ। ଆଠଗଡ଼ ବିକାଶ ମଧ୍ୟ ସଭାପତି ମାନସ ବସ୍ତଆ ସମସ୍ତ ମଞ୍ଚାସୀନ ଅତିଥିଙ୍କୁ ହାତୀସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବାରୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଆଠଗଡ଼ ବନଖଣ୍ଡ ସେଭ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟର ସଂଯୋଜକ ଶ୍ୱେତକାନ୍ତ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ଟ୍ରଷ୍ଟି ଡଃ ପ୍ରକାଶ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories