www.samajalive.in
Saturday, December 6, 2025
14.1 C
Bhubaneswar

ଅଶୋଧିତ ତୈଳ ଦର ବିପୁଳ ହ୍ରାସ: ପେଟ୍ରୋଲ ଓ ଡିଜେଲ ଦାମରେ ହେବକି ବଡ଼ ପରିବର୍ତ୍ତନ? ଜାଣନ୍ତୁ..

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବିପୁଳ ହ୍ରାସ ପାଇଛି କିନ୍ତୁ ଘରୋଇ ବଜାରରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ। ଘରୋଇ ବଜାରରେ ଶୁକ୍ରବାର ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି। ଜାନୁଆରୀ ୫ ପାଇଁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଅପ୍‌ଡେଟ୍‌ କରିଦିଆ ଯାଇଛି। ତୈଳ କମ୍ପାନୀମାନେ ପେଟ୍ରୋଲ ଓ ଡିଜେଲ ଦର ଜାରି କରିଛନ୍ତି ଏବଂ ଏଥିରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ତେବେ ସରକାରଙ୍କ କହିବାନୁଯାୟୀ, ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ୍‌ ମୂଲ୍ୟରେ ସଂଶୋଧନ ହୋଇପାରେ।

ଖୁବଶୀଘ୍ର କମିବ ତେଲ ଦର ?

- Advertisement -

ସରକାରଙ୍କ ପକ୍ଷରୁ ଜାରି ବୟାନ ଅନୁସାରେ, ଦେଶରେ ଖୁବଶୀଘ୍ର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ସଂଶୋଧନ କରାଯାଇପାରେ। ସରକାର କହିଛନ୍ତି ଯେ, ଯଦି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଘଟେ ଏବଂ ଅଶୋଧିତ ମୂଲ୍ୟ ଲାଗାତର ଭାବେ ୮୦ ଡଲାରରୁ କମ୍ ରହେ ତେବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ସଂଶୋଧନ କରାଯିବ।

କିଛି ରାଜ୍ୟରେ ବଢିଛି ଦାମ୍‌

କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ, କିନ୍ତୁ କିଛି ରାଜ୍ୟ କିଛି ସମୟ ପୂର୍ବରୁ ଭାଟ୍ ବୃଦ୍ଧି କରି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମହଙ୍ଗା କରିଦେଇଥିଲେ। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ଅନ୍ୟାନ୍ୟ ରାଜ୍ୟ ଅନ୍ତର୍ଭୁକ୍ତ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories