www.samajalive.in
Tuesday, December 9, 2025
23.1 C
Bhubaneswar

୮୦ ଟଙ୍କା ଟପିଲା ପେଟ୍ରୋଲ; ୧୬ ଦିନ ହେଲା ବଢ଼ି ଚାଲିଛି ତେଲ ଦର

ନୂଆଦିଲ୍ଲୀ: ଦେଶରେ ତୈଳ ମୂଲ୍ୟରେ ବୃଦ୍ଧି ଧାରା ଅବ୍ୟାହତ ରହିଛି। ଇତିମଧ୍ୟରେ ଦେଶରେ ତେଲ ଦର ବୃଦ୍ଧି ୧୬ ଦିନରେ ପହଞ୍ଚିଛି । ଦୈନିକ ଦର ବୃଦ୍ଧି ଯୋଗୁ ସୋମବାର ଘରୋଇ ବଜାରରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୮୦ ଟଙ୍କା ନିକଟତର ​ହୋଇଥିବାବେଳେ ଭୁବନେଶ୍ବରରେ ଏହା ଲିଟର ପିଛା ୮୦ ଟଙ୍କା ଟପିଛି । ଚଳିତମାସ ୭ରୁ ଦୈନିକ ତୈଳ ଦର ସଂଶୋଧନ ବ୍ୟବସ୍ଥା ଆରମ୍ଭ ହେବା ସତେ ଯେମିତି ଖାଉଟିଙ୍କ ଉପରେ ଚଡକ ପଡିଛି । ଏବେ ଦୈନିକ ତୈଳ ଦର ଲିଟର ପିଛା ୫୦ ପଇସାରୁ ଅଧିକ ବୃଦ୍ଧି ଘଟିବାରେ ଲାଗିଛି ।

ଏହାମଧ୍ୟରେ ଦର ବୃଦ୍ଧି ଯୋଗୁ ଖାଉଟିଙ୍କ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ପାଖାପାଖି ୮ ଟଙ୍କାରୁ ଅଧିକ ଏବଂ ଡିଜେଲ ୯ ଟଙ୍କା ୫୦ ପଇସା ବୃଦ୍ଧି ଘଟିଲାଣି । ଏହା ଫଳରେ ଡିଜେଲ ଦର ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି ।  ରବିବାର ଭଳି ସୋମବାର ନୂଆଦିଲ୍ଲୀଠାରେ ପେଟ୍ରୋଲ ଲିଟର ପିଛା ୩୩ ପଇସା ବୃଦ୍ଧି ଘଟି ୭୯ ଟଙ୍କା ୫୬ ପଇସା ହୋଇଛି । ସେହିଭଳି ଡିଜେଲ ମୂଲ୍ୟରେ ଲିଟର ପିଛା ୫୮ ପଇସା ବୃଦ୍ଧି ହୋଇ ତାହା ୭୮ ଟଙ୍କା ୫୫ ପଇସା ଛୁଇଁଛି । ଏହି ୧୬ ଦିନ ମଧ୍ୟରେ ଦେଶରେ ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୮ ଟଙ୍କା ୩୦ ପଇସା ଏବଂ ଡିଜେଲ ୯ ଟଙ୍କା ୪୬ ପଇସା ବୃଦ୍ଧି ହୋଇଛି । ପାକ୍ଷିକ (୧୫ ଦିନ) ଦୃଷ୍ଟିରୁ ବିଚାର କଲେ ଚଳିତ ସପ୍ତାହରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏହା ସର୍ବାଧିକ ବୃଦ୍ଧି । ଏହି ୧୫ ଦିନରେ ତୈଳ ଦରରେ ଏତେ ବୃଦ୍ଧି ଘଟିଛି, ଯାହାକି ଏକ ରେକର୍ଡ । ​‌ପୂର୍ବରୁ ୧୫ ଦିନରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ସର୍ବାଧିକ ଲିଟର ପିଛା ୪ ଟଙ୍କାରୁ ୫ ଟଙ୍କା ବୃଦ୍ଧି ଘଟିଥିଲା । ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହି ୧୬ ଦିନରେ ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୮ ଟଙ୍କା ୧୧ ପଇସା ଏବଂ ଡିଜେଲ ୯ ଟଙ୍କା ୨୫ ପଇସା ବଢିଛି । ସୋମବାର ଏଠାରେ ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୩୩ ପଇସା ବୃଦ୍ଧି ଘଟି ୮୦ ଟଙ୍କା ୧୧ ପଇସା ଏବଂ ଡିଜେଲ ୫୭ ପଇସା ବଢ଼ି ଲିଟର ପିଛା ୭୭ ଟଙ୍କା ୦୩ ପଇସା ହୋଇଛି ।

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories