www.samajalive.in
Saturday, December 6, 2025
19.1 C
Bhubaneswar

ହେଜବୋଲ୍ଲା ନେତାଙ୍କୁ ଗୁଳି କରି ହତ୍ୟା

ବେରୁତ: ପୂର୍ବ ଲେବାନନ୍‌ସ୍ଥିତ ବେକା ଉପତ୍ୟକାରେ ରହୁଥିବା ହେଜବୋଲ୍ଲା ସଂଗଠନର ବରିଷ୍ଠ ନେତା ଶେଖ ମହମ୍ମଦ ଅଲ୍ଲି ହାମାଦିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଇସ୍ରାଏଲ ଗଣମାଧ୍ୟମର ସୂଚନାନୁଯାୟୀ ବେକା ଜିଲାର ମଛଘାରା ଅଞ୍ଚଳରେ ଥିବା ହାମାଦିର ଘରେ ପଶି କୌଣସି ଦୁର୍ବୃତ୍ତ ଗୁଳିମାଡ଼ କରିବାରୁ ସେ ପ୍ରାଣ ହରାଇଥିଲେ। ହାମାଦି ଉପରକୁ ୬ଟି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ହାମାଦିଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ କିଛି ସମୟ ମଧ୍ୟରେ ସେ ପ୍ରାଣ ହରାଇଥିଲେ।
ହାମାଦିଙ୍କ ହତ୍ୟା ଘଟଣାରେ କିଏ ସଂପୃକ୍ତ ସେ ନେଇ ତଦନ୍ତ ଆରମ୍ଭ କରିଛନ୍ତି ଲେବାନନ ସରକାର। ପାରିବାରିକ ବିବାଦକୁ ନେଇ ହାମାଦିଙ୍କୁ ଗୁଳିମାଡ଼ ହୋଇଥିବା ଚର୍ଚ୍ଚା ହେଉଛି। ଉଲ୍ଲେଖଥାଉ କି ଆମେରିକା ତରଫରୁ ହାମାଦିଙ୍କୁ ଆତଙ୍କବାଦୀ ବୋଲି ଘୋଷଣା କରାଯାଇଥିଲା। ଇସ୍ରାଏଲ ଓ ହେଜବୋଲ୍ଲା ମଧ୍ୟରେ ଜାରି ୬୦ ଦିନର ଅସ୍ତ୍ରବିରତି ଶେଷ ହେବାକୁ ଆଉ କିଛିଦିନ ବାକି ରହିଥିବା ବେଳେ ହାମାଦିଙ୍କୁ ହତ୍ୟା କରାଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଇସ୍ରାଏଲ ଓ ହେଜବୋଲ୍ଲା ମଧ୍ୟରେ ସଂଘର୍ଷ ଯୋଗୁଁ ଲେବାନନର ୧୨ ଲକ୍ଷ ଓ ଇସ୍ରାଏଲର ୫୦ ହଜାର ଜନତା ବାସଚ୍ୟୁତ ହୋଇ ସାରିଛନ୍ତି। ଇସ୍ରାଏଲ୍‌ର ବୋମାମାଡ଼ରେ ଲେବାନନ୍‌ର ୩ହଜାର ୭୦୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ପାଲଟା ଆକ୍ରମଣରେ ଇସ୍ରାଏଲ୍‌ର ୧୩୦ଜଣଙ୍କ ମୃତ୍ୟୁ ଘଟିଥିଲା।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories