www.samajalive.in
Sunday, December 7, 2025
26.1 C
Bhubaneswar

ଜନ୍ମଗତ ନାଗରିକତ୍ବ ଅଧିକାର ବାତିଲ; ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ

ୱାଶିଂଟନ: ଆମେରିକାର ଜନ୍ମଗତ ନାଗରିକତ୍ବ ଅଧିକାର ଉଚ୍ଛେଦ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାରି କରିଥିବା ନିର୍ଦେଶକୁ ବିରୋଧ କରିଛନ୍ତି ୨୨ଟି ପ୍ରାଦେଶିକ ସରକାର। ଆମେରିକାର ୫୦ଟି ରାଜ୍ୟ ମଧ୍ୟରୁ ୨୨ଟି ରାଜ୍ୟ ସରକାର ଟ୍ରମ୍ପଙ୍କ ନିଷ୍ପତ୍ତି ବିରୋଧରେ ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି। ଯେଉଁସବୁ ରାଜ୍ୟ ସରକାର ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରିଛନ୍ତି ସେଠାରେ ଡେମୋକ୍ରାଟ ସରକାର କ୍ଷମତାରେ ରହିଛି। ସୋମବାର ଟ୍ରମ୍ପ ଜନ୍ମଗତ ନାଗରିକତ୍ବ ଅଧିକାର ଉଚ୍ଛେଦ ସମ୍ପର୍କିତ ଏକଜିକ୍ୟୁଟିଭ୍ ନିର୍ଦେଶନାମା ଜାରି କରିବାର କିଛି ଘଣ୍ଟା ମଧ୍ୟରେ ଏହାକୁ ପ୍ରାଦେଶିକ ସରକାରଗୁଡିକ ଚାଲେଞ୍ଜ କରିଛନ୍ତି। ଏହା ସହିତ ଆମେରିକାନ ସିଭିଲ୍ ଲିର୍ବଟିଜ୍ ୟୁନିୟନ, ଦେଶାଟନ ସଂଗଠନ ଓ ସନ୍ତାନ ଜନ୍ମ ଦେବାକୁ ଯାଉଥିବା କିଛି ମହିଳା ଟ୍ରମ୍ପଙ୍କ ନିଷ୍ପତ୍ତି ବିରୋଧରେ ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି। ଦାୟର ହୋଇଥିବା ପିଟିସନରେ ଅଭିଯୋଗ କରାଯାଇଛି ଯେ ରାଷ୍ଟ୍ରପତି ଟ୍ରମ୍ପ ସମ୍ବିଧାନ ପ୍ରଦତ୍ତ ଅଧିକାରକୁ କ୍ଷୁଣ୍ଣ କରିଛନ୍ତି। ଟ୍ରମ୍ପ ସ୍ବାକ୍ଷର କରିଥିବା ନିର୍ଦେଶନାମା ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କରୁଥିବାରୁ ଏହା ଉପରେ ଅଦାଲତ ସମୀକ୍ଷା କରିପାରିବେ। ଆବଶ୍ୟକ ସ୍ଥଳେ ଅଦାଲତ ଏହି ନିଷ୍ପତିକୁ ଖାରଜ କରିପାରିବେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories