ଚମ୍ପୁଆ: ଚମ୍ପୁଆ ଏନଏସି ଅନ୍ତର୍ଗତ ଓ୍ୱାର୍ଡ ନଂ ୫ ଅଲିନଗରଠାରେ ଘର ସମ୍ମୁଖରେ ଥିବା ମାରୁତି ଇକୋ କାରକୁ ରାତିରେ ଚୋରୀ ହୋଇଥିବା ଚମ୍ପୁଆ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ମହମ୍ମଦ ଖୁରସିଦଙ୍କ ଏକ ମାରୁତି ଇକୋ କାର ସବୁଦିନ ଭଳି ଘର ସମ୍ମୁଖରେ ଛିଡା ହୋଇଥାଏ। ମାତ୍ର ଗତକାଲି ରାତ୍ରୀ ଖାଇପିଇ ଶୋଇଲା ପରେ କେହି ଦୁର୍ବୁର୍ତ୍ତ ରାତି ଅଧରେ ଚୋରୀ କରିନେଇଥିବା ଖୁରସିଦ କହିଛନ୍ତି।
ଖୁରସିଦ ସକାଳେ ଉଠିଲା ପରେ ବାହାରେ ଗାଡି ନ ପାଇଁ ଚମ୍ପୁଆ ଥାନାରେ ଅଭିଯୋଗ କରିଛନ୍ତି।



