www.samajalive.in
Monday, December 15, 2025
27.1 C
Bhubaneswar

ପେଟ୍ରୋଲ ମୂଲ୍ୟ ହ୍ରାସ ନା’ ଜନତାଙ୍କୁ ଉପହାସ!

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ପେଟ୍ରୋଲ ମୂଲ୍ୟରେ ବୃଦ୍ଧିକୁ ନେଇ ଜନତା ଓ ସରକାର ବିଚଳିତ ହୋଇ ପଡ଼ିଥିବାବେଳେ ବୁଧବାର ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ତେଲ ମୂଲ୍ୟକୁ କମ୍‍ କରିଛନ୍ତି। ବର୍ଦ୍ଧିତ ତେଲ ମୂଲ୍ୟକୁ ଅନୁଧ୍ୟାନ କଲେ ବୁଧବାର ହୋଇଥିବା ହ୍ରାସ ବାସ୍ତବରେ ଦେଶବାସୀଙ୍କ ପ୍ରତି ଉପହାସ ସଦୃଶ୍ୟ ମନେ ହେଉଛି। କାରଣ ପେଟ୍ରୋଲିୟମ କମ୍ପାନୀ ଦୀର୍ଘ ପ୍ରତିକ୍ଷା ପରେ ତେଲ ମୂଲ୍ୟରେ ମାତ୍ର ୧ପଇସା କମ୍‍ କରିଛନ୍ତି। ପ୍ରାରମ୍ଭରେ ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ପକ୍ଷରୁ ୬୦ପଇସା କମ୍‍ କରାଯାଇ ଥିଲା। ହେଲେ ଅଳ୍ପ କିଛି ସମୟ ମଧ୍ୟରେ ଏହି ହ୍ରାସକୁ ବୈଷୟିକ ତ୍ରୃଟି ଦର୍ଶାଇ ୬୦ପଇସାକୁ ୧ପଇସାରେ ପରିବର୍ତ୍ତିତ କରାଯାଇ ଥିଲା। ପେଟ୍ରୋଲିୟମ କମ୍ପାନୀର ୧ପଇସା ହ୍ରାସ ପରେ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୭୮.୪୨ଟଙ୍କାରେ ପହଞ୍ଚି ଥିବାବେଳେ ମୁମ୍ବଇରେ ୮୬.୨୩ଟଙ୍କା ପହଞ୍ଚିଛି। ସେହିପରି ଡିଜେଲ ମୂଲ୍ୟ ଦିଲ୍ଲୀରେ ୬୯.୩୦ଟଙ୍କା ପହଞ୍ଚି ଥିବାବେଳେ ମୁମ୍ବଇରେ ୭୩.୭୮ଟଙ୍କା ହୋଇଛି।

Hot this week

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

Related Articles

Popular Categories