ଚିକେନ ୬୫
ଆବଶ୍ୟକ ସାମଗ୍ରୀ:
ଚିକେନ- ୫୦୦ଗ୍ରାମ୍
ମଇଦା- ୫୦୦ଗ୍ରାମ୍
କର୍ଣ୍ଣଫ୍ଲୋର ପାଉଡର- ୨ଚାମଚ
ଅଣ୍ଡା- ୧ଟି
ଅଦା,ରସୁଣ ପେଷ୍ଟ- ୨ଚାମଚ
ହଳଦୀ ଗୁଣ୍ଡ- ୧ଚାମଚ
ଲଙ୍କା ଗୁଣ୍ଡ- ୧ଚାମଚ
ଜିରା ପାଉଡ଼ର- ୨ଚାମଚ
ଧନିଆ ପାଉଡ଼ର- ୨ଚାମଚ
ଟମାଟୋ ସସ୍- ୩ଚାମଚ
କଞ୍ଚା ଲଙ୍କା- ୪ଟା
ଲୁଣ- ସ୍ୱାଦ ଅଦୁସାରେ
ପିଆଜ- ୧/୨କପ
ଲେମ୍ବୁ ରସ- ୨ଚାମଚ
ଭୃସଙ୍ଗ ପତ୍ର
ଧନିଆ ପତ୍ର
ତେଲ
କାଜୁ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଚିକେନକୁ ଭଲ ଭାବରେ ଧୋଇ ଦିଅନ୍ତୁ। ସେଥିରେ ମଇଦା,କର୍ଣ୍ଣଫ୍ଲୋର ପାଉଡର,ହଳଦୀ,ଅଦା ରସୁଣ ପେଷ୍ଟ,ଲଙ୍କା ଗୁଣ୍ଡ,ଜିରା ପାଉଡ଼ର,ଧନିଆ ପାଉଡ଼ର,ଅଣ୍ଡା, ଓ ଅଳ୍ପ ଲୁଣ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ। ୧୦ମିନିଟ ପର୍ଯ୍ୟନ୍ତ ଚିକେନକୁ ଘୋଡ଼ାଇ ରଖି ଦିଅନ୍ତୁ। ତାପରେ କଡ଼େଇରେ ତେଲ ଗରମ କରି ପ୍ରଥମେ କାଜୁକୁ ଛାଣି ରଖି ଦିଅନ୍ତୁ ଓ ତାପରେ ଚିକେନକୁ ଛାଣନ୍ତୁ। କଡ଼େଇରେ ଅଳ୍ପ ତେଲ ଗରମ କରି ସେଥିରେ ଭୃସଙ୍ଗ ପତ୍ର,ଲଙ୍କା ଓ ରସୁଣ ପକାଇ ଭାଜନ୍ତୁ। ତାପରେ ସେଥିରେ ଲଙ୍କା ଗୁଣ୍ଡ,ଟମାଟୋ ସସ୍ ପକାଇ ଭଲ ଭାବରେ ଭାଜି ଅଳ୍ପ ପାଣି ଦିଅନ୍ତୁ। ସେଥିରେ ଚିକେନ ପକାଇ ଘାଣ୍ଟି ଦିଅନ୍ତୁ। ଚିକେନ ପକାଇ ସାରିଲା ପରେ ସେଥିରେ ଲେମ୍ବୁ ରସ,ପିଆଜ ଓ କାଜୁ ପକାଇ କିଛି ସମୟ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଚିକେନ ୬୫।