www.samajalive.in
Tuesday, December 9, 2025
16.1 C
Bhubaneswar

ରାଜ୍ୟ ବଢ଼ାଇଲା ଟିକସ: ପେଟ୍ରୋଲ ବଢ଼ିଲା ୩ଟଙ୍କା ୧୧ ପଇସା, ଡ଼ିଜେଲରେ ୧.୦୩ ପଇସା

ଭୁବନେଶ୍ବର: ରାଜ୍ୟ ସରକାର ପେଟ୍ରୋଲ ଓ ଡ଼ିଜେଲ ଉପରେ ବଢ଼ାଇଛନ୍ତି ଭାଟ୍ । ଫଳରେ ରାଜ୍ୟରେ ପେଟ୍ରୋଲ ୩.୧୧ ପଇସା ଡ଼ିଜେଲ ୧.୦୩ ପଇସା ମହଙ୍ଗା ହୋଇଛି । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଟିକସ ବୃଦ୍ଧିକୁ ବିଜେପି ଓ କଂଗ୍ରେସ ସମାଲୋଚନା କରିଛନ୍ତି ।

ସମ୍ପ୍ରତି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ପ୍ରାୟ ସର୍ବନିମ୍ନ ସ୍ଥିତିରେ ରହିଛି । ମାତ୍ର ଏହା ଦେଶ ତଥା ରାଜ୍ୟର ସାଧାରଣ ଖାଉଟିଙ୍କ ପାଇଁ କିଛି ଫରକ ପଡ଼ିନାହିଁ । ପ୍ରଥମେ କେନ୍ଦ୍ର ସରକାର ଏହା ଉପରେ ସେସ୍ ଲଗାଇଥିଲେ । ଅବଶ୍ୟ ଏହା ଦ୍ବାରା ପେଟ୍ରୋଲ-ଡ଼ିଜେଲର ବିକ୍ରି ମୂଲ୍ୟରେ କିଛି ଫରକ ପଡ଼ି ନ ଥିଲା । ମାତ୍ର ଏବେ ରାଜ୍ୟର ଟିକସ ବୃଦ୍ଧି ଯୋଗୁଁ ଉପଭୋକ୍ତାଙ୍କ ଉପରେ ଟିକସ ବୋଝ ପଡ଼ିଛି ।

- Advertisement -

ଦେଶରେ କରୋନା ମହାମାରୀ ସମୟରେ ସରକାର ପ୍ୟାକେଜ ଘୋଷଣା କରୁଥିବାବେଳେ ପେଟ୍ରୋଲ-ଡ଼ିଜେଲ ଉପରେ ଟିକସ ବୋଝ ଲଦି ଲୋକଙ୍କୁ ଲୁଟ୍ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଅନ୍ୟପକ୍ଷରେ ଏହି ଟିକସ କାହିଁକି ବୃଦ୍ଧି କରାଯାଇଛି ତାହା ସ୍ପଷ୍ଟ କରନ୍ତୁ ବୋଲି ବିଜେପି ଦାବି କରିଛି । ତେବେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ସ୍ଥିତିକୁ ଦେଖି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ସମାଲୋଚନା ନୁହେଁ, ରାଜ୍ୟର ଆର୍ଥିକ ସ୍ଥିତି ମଧ୍ୟ ବିଚାର କରିବାକୁ ପଡ଼ିବ ବୋଲି ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ  କରୋନା ମୁକାବିଲା ଲାଗି ରାଜ୍ୟ ଗୁଡିକର ବ୍ୟୟ ଭାର ବଢିଛି ।  ଏହାକୁ ଭରଣା ରାଜ୍ୟ ଗୁଡିକ ପାଖରେ ଏମିତି କିଛି ବିକଳ୍ପ କରିବାକୁ ପଡିବ । ବୋଲି ମନ୍ତ୍ରୀ କହିଛନ୍ତି ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories