ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ
ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲ ଆକାଶଛୁଆଁ ଦର ବୃଦ୍ଧିକୁ ନେଇ ଶୁକ୍ରବାର ଶାସକ ଦଳ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଭିନ୍ନ ପେଟ୍ରୋଲ ପମ୍ପ ନିକଟରେ ବିଜେଡି କର୍ମୀମାନେ ପାମ୍ପଲେଟ୍ ବାଣ୍ଟିବା ସହ ଲୋକଙ୍କୁ ସଚେତନ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନିଷ୍ପତ୍ତି ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବାକୁ ବିଜେଡି ଦଳ ଆହ୍ବନ ଦେଇଛି । ସେପ୍ଟେମ୍ବର ୭ରୁ ୯ ତାରିଖ ଯାଏଁ ଦିନକୁ ଦୁଇ ଘଣ୍ଟା ଲେଖାଏଁ ଏହି କାର୍ଯ୍ୟକ୍ରମ ଜାରି ରହିବ ।
ପେଟ୍ରୋଲ ଲିଟର ପିଛା ୪୭ ପଇସା ବଢିଥିବା ବେଳେ ଡିଜେଲ ଦର ୫୬ ପଇସା ବୃଦ୍ଧି ହୋଇଛି । ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ପେଟ୍ରୋଲ ଦର ୭୮ ଟଙ୍କା ୮୫ ପଇସା ଓ ଡିଜେଲ ଦର ଲିଟର ପିଛା ୭୭ ଟଙ୍କା ୩୩ ପଇସାରେ ପହଁଚିଛି । ଚଳିତ ମାସ ଆରମ୍ଭରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୭୭ ଟଙ୍କା ୫୫ ପଇସା ଥିଲା । କିନ୍ତୁ ମାତ୍ର ୭ ଦିନ ଭିତରେ ପେଟ୍ରୋଲ ଦର ୧ ଟଙ୍କା ୩୦ ପଇସା ବୃଦ୍ଧି ଘଟିଛି ।