www.samajalive.in
Wednesday, November 12, 2025
28.1 C
Bhubaneswar

ମଣିଷଖିଆ ଗଧିଆକୁ ପିଟି ମାରିଲେ ଲୋକେ

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର ବହରାଇଚରେ ଆତଙ୍କ ଖେଳାଇଥିବା ମଣିଷଖିଆ ଗଧିଆ ଶେଷରେ ଧରାପଡ଼ିଛି। ଲୋକେ ଗଧିଆକୁ ଧରିବା ପରେ ପିଟି ପିଟି ମାରିଦେଇଛନ୍ତି। ମହସୀ ଅଞ୍ଚଳର ତମାଚପୁର ଗାଁରେ ଗଧିଆଟି ଏକ ଶିଶୁକୁ ଶିକାର କରିବାକୁ ଉଦ୍ୟମ କରିବା ସମୟରେ ଗ୍ରାମବାସୀ ତାହାକୁ ପିଟି ହତ୍ୟା କରିଥିଲେ। ଏହି ଗଧିଆକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଲୋକେ ୬ଟି ଗଧିଆକୁ ମାରିସାରିଛନ୍ତି।

ସୂଚନା ଅନୁସାରେ, ବହରାଇଚ ଅଞ୍ଚଳରେ ମଣିଷଖିଆ ଗଧିଆଙ୍କ ଉତ୍ପାତ ବଢ଼ି ଚାଲିଥିବାବେଲେ ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଗଧିଆମାନେ ୯ ଜଣଙ୍କୁ ଶିକାର କରିବା ପରେ ଲୋକେ ଦିନରେ ବି ଘରୁ ବାହାରିବାକୁ ଭୟ କରୁଥିଲେ। ଶେଷରେ ବିଭିନ୍ନ ଗ୍ରାମବାସୀ ମିଳିତ ହୋଇ ଗଧିଆଙ୍କୁ ଟାର୍ଗେଟ କରିଥିଲେ। ଗୋଟିଏ ପରେ ଗୋଟିଏ ୬ଟି ଗଧିଆଙ୍କୁ ଲୋକେ ମାରି ସାରିଛନ୍ତି। କୁହାଯାଉଛି ଯେ ଏହି ୬ଟି ଗଧିଆ ହିଁ ମଣିଷଙ୍କୁ ଶିକାର କରୁଥିଲେ। ମଣିଷଖିଆ ଗଧିଆ ଗୋଷ୍ଠୀର ଶେଷ ଗଧିଆକୁ ଶନିବାର ରାତିରେ ଲୋକେ ମାରିଦେଇଛନ୍ତି।

Hot this week

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ...

ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ୮୩.୪୫% ମତଦାନ

ସମାଜଲାଇଭ ଡେସ୍କ: ନୂଆପଡ଼ା ଉପନିର୍ବାଚନରେ ଏଥର ରେକର୍ଡ ମତଦାନ ହୋଇଛି। ଚଳିତ...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର। ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା...ଆଉ ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ...

ଦିଲ୍ଲୀ ବିସ୍ଫୋରଣ : ଜାନୁଆରୀ ୨୬ରେ ହୋଇଥିଲା ଯୋଜନା

ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ଘଟଣାରେ ସାମ୍ନାକୁ ଆସିଲା...

Related Articles

Popular Categories