www.samajalive.in
Monday, December 15, 2025
15.1 C
Bhubaneswar

ପେଗାସସ୍‍ ଗୁଇନ୍ଦାଗିରି ମାମଲା: ସତ୍ୟପାଠ ଦାଖଲ ପାଇଁ ସରକାର ମନାକଲେ

ନୂଆଦିଲ୍ଲୀ: ପେଗାସସ ଗୁଇନ୍ଦାଗିରି ପ୍ରସଙ୍ଗକୁ ନେଇ କିଛିଦିନ ପୂର୍ବରୁ ବିରୋଧୀ ଦଳଗୁଡିକ କେନ୍ଦ୍ର ସରକାରଙ୍କୁ ଘେରିବା ସହିତ ସଂସଦର ମୌସୁମୀ ଅଧିବେଶନ ଚାଲିବାକୁ ଦେଇନଥିଲେ। ତେବେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବାବେଳେ ଏହି ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିବାକୁ ସରକାର ମନ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହି ପ୍ରସଙ୍ଗ ଉପରେ ନିରପେକ୍ଷ ତଦନ୍ତ କରାଇବାକୁ ସୁପ୍ରିମକୋର୍ଟରେ ଏକାଧିକ ଯାଚିକା ଦାଏର କରାଯାଇଥିଲା। ତେବେ ଏହାକୁ ନେଇ ରାଷ୍ଟ୍ରର ସୁରକ୍ଷା ପ୍ରସଙ୍ଗ ଜଡିତ ଥିବାରୁ ସରକାର ଏ ସର୍ମ୍ପକରେ ବିସ୍ତୃତ ସତ୍ୟପାଠ ଦାଖଲ କରିବେ ନାହିଁ ବୋଲି ସଲିସିଟର ଜେନେରାଲ ତୁଷାର ମେହଟା ସର୍ବୋଚ୍ଚ ଅଦାଲତଙ୍କୁ ଅବଗତ କରାଇଛନ୍ତି।
ସୁପ୍ରିମକୋର୍ଟର ମାନ୍ୟବର ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନାଙ୍କ ନେତୃତ୍ୱରେ ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଏକ ପୀଠ ନିକଟରେ ପ୍ରକାଶ କରି ସଲିସିଟର ଜେନେରାଲ ଶ୍ରୀ ମେହଟା କହିଛନ୍ତି, କେନ୍ଦ୍ର ସରକାର କିଛି ଲୁଚାଇବାକୁ ଚାହୁନାହାନ୍ତି। ସେଥିପାଇଁ ସରକାର ଏହି କ୍ଷେତ୍ରରେ ବିଶେଷ ଜ୍ଞାନଥିବା ବ୍ୟକ୍ତିବିଶେଷଙ୍କୁ ନେଇ ଏକ ମଣ୍ଡଳୀ ଗଠନ କରିବାକୁ ନିଜଆଡୁ କହିସାରିଛନ୍ତି। ଉକ୍ତ ବିଶେଷଜ୍ଞ କମିଟିର ରିପୋର୍ଟ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରାଯିବ। ସରକାର ସାମରିକ ସ୍ତରୀୟ ସ୍ପାଇୱେରକୁ ସାମ୍ବାଦିକ, ରାଜନୈତିକ ବ୍ୟକ୍ତି, ସାମାଜିକ କର୍ମୀ ଏବଂ ଅଦାଲତ କର୍ମଚାରୀଙ୍କ ବିରୁଦ୍ଧରେ ଗୁଇନ୍ଦାଗିରି ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ନେଇ ବରିଷ୍ଠ ସାମ୍ବାଦିକ ଏନ ରାମଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ମିଥ୍ୟା ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ତାହାସହିତ ଏ ସମ୍ପର୍କରେ ଆଗତ ଅନ୍ୟାନ୍ୟ ଅଭିଯୋଗଗୁଡିକ କିଛି ଗଣମାଧ୍ୟମ ରିପୋର୍ଟ ଉପରେ ଆଧାରିତ ଏବଂ ସେଥିରେ ସତ୍ୟତା ନାହିଁ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories