ଡ୍ରୋନ ପହଞ୍ଚାଇବ ଚିକିତ୍ସା ସାମଗ୍ରୀ

ନୂଆଦିଲ୍ଲୀ: ଦେଶରେ ଅନେକ ଦୁର୍ଗମ ଅଞ୍ଚଳ ରହିଛି, ଯେଉଁଠାକୁ ସଡ଼କ ପଥରେ ପହଞ୍ଚିବାକୁ ଦୀର୍ଘ ସମୟ ଲାଗିଥାଏ। ଆଉ ମଧ୍ୟ ଏମିତି କିଛି ସ୍ଥାନ ରହିଛି, ଯେଉଁଠାକୁ ସଡ଼କ ସଂଯୋଗ ବ୍ୟବସ୍ଥା ନାହିଁ। ଉକ୍ତ ଅଞ୍ଚଳରେ ବାସ କରୁଥିବା ଜନସାଧାରଣ ମୌଳିକ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବାବେଳେ ଜରୁରୀ ସମୟରେ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇବା ସମ୍ଭବ ହେଉନାହିଁ। ଏହାକୁ ଦୃଷ୍ଟିରେ ରଖି ଉକ୍ତ ସ୍ଥାନଗୁଡିକୁ ଡ୍ରୋନ ସହାୟତାରେ ଔଷଧ, ଟିକା ଏବଂ ଅନ୍ୟାନ୍ୟ ଜରୁରୀ ଚିକିତ୍ସା ସାମଗ୍ରୀ ପହଞ୍ଚିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଅଗ୍ରଣୀ ଏକ୍ସପ୍ରେସ ଲଜିଷ୍ଟିକ୍ସ ସେବା ଯୋଗାଣକାରୀ ବ୍ଲୁ ଡାର୍ଟ ଚଳିତ ସେପ୍ଟେମ୍ବର ୯ ତାରିଖ ଦିନ ବ୍ଲୁ ଡାର୍ଟ ମେଡ-ଏକ୍ସପ୍ରେସ କନସୋର୍ଟିୟମ ଜରିଆରେ ହାଇଦରାବାଦର ବିକାରାବାଦଠାରେ ସଫଳତାର ସହିତ ଏହାର ଭିଜୁଆଲ ଲାଇନ ଅଫ ସାଇଟ (ଭିଏଲଓଏସ) ଡ୍ରୋନ ଯୋଗାଣ ପରୀକ୍ଷଣ ଆରମ୍ଭ କରିଛି। ବ୍ଲୁ ଡାର୍ଟର ପରିଚାଳନା ନିର୍ଦ୍ଦେଶକ ବାଫୋର ମାନୁଏଲ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ତେଲେଙ୍ଗାନା ସରକାରଙ୍କ ‘ଆକାଶରୁ ଔଷଧ’ (ମେଡିସିନ ଫ୍ରମ ସ୍କାଏ) ପ୍ରକଳ୍ପ ଅଧୀନରେ ଶୁଭାରମ୍ଭ କରାଯାଇଥିବା ଏହି ପରୀକ୍ଷାମୂଳକ ଯୋଗାଣରୁ ଆଶାଜନକ ପରିଣାମ ମିଳିଛି, ଯାହା ଟିକାଗୁଡିକୁ ଶେଷ ବିନ୍ଦୁ ପର୍ଯ୍ୟନ୍ତ ଯୋଗାଣ ସୁନିଶ୍ଚିତ କରିବା ଦିଗରେ ଦେଶ ଆଉ ପାଦେ ନିକଟତର ହୋଇଛି। ୨୦୨୧ ସେପ୍ଟେମ୍ବର ୧୧ରେ ବିୟଣ୍ଡ ଭିଜୁଆଲ ଲାଇନ ଅଫ ସାଇଟ (ବିଭିଏଲଓଏସ) ପରୀକ୍ଷଣ ଆରମ୍ଭ ହୋଇଛି ଏବଂ ଏହା ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ।

prayash

ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ, ତେଲେଙ୍ଗାନା ସରକାରଙ୍କ ଆଇଟିଇଆଣ୍ଡସି, ଆଇଆଣ୍ଡସି ଏବଂ ଏମଏୟୁଡି ବିଭାଗ ମନ୍ତ୍ରୀ କେ ଟି ରାମାରାଓ, ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ପ୍ରଦୀପ ସିଂହ ଖରୋଲା, ତେଲେଙ୍ଗାନା ସରକାରଙ୍କ ଉଦୀୟମାନ ପ୍ରଯୁକ୍ତି ବିଭାଗ ନିର୍ଦ୍ଦେଶକ ରମାଦେବୀ ଲାଙ୍କା ଏବଂ ବିକାରାବାଦ ଜିଲାର ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ନିଖିଳା ଅତିଥି ଭାବରେ ଯୋଗଦେଇଥିଲେ। ବାଫୋର ମାନୁଏଲ କହିଥିଲେ, ଭାରତର ଆଭ୍ୟନ୍ତରୀଣ ଅଞ୍ଚଳଗୁଡିକରେ ଶେଷ ବିନ୍ଦୁ ପର୍ଯ୍ୟନ୍ତ ଏକ ସୁସଂହତ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସୃଷ୍ଟି କରିବା ଲକ୍ଷ୍ୟରେ ଏହି ପ୍ରୟାସ ହାତକୁ ନିଆଯାଇଛି, ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେମାନେ ପାଇବାକୁ ହକ୍‍ଦାର ସ୍ୱାସ୍ଥ୍ୟଯତ୍ନ ଯୋଗାଇ ଦେଉଛି। ଭିଏଲଓଏସ ପରିଚାଳନା (୧ କିଲୋମିଟର ପର୍ଯ୍ୟନ୍ତ)ର ୬-୭ ଥର ପରୀକ୍ଷଣ ଏବଂ ବିଭିଏଲଓଏସ ପରିଚାଳନା (୯ କିଲୋମିଟର ପର୍ଯ୍ୟନ୍ତ)ର ୪-୫ଟି ପରୀକ୍ଷଣ ଦୈନିକ କରାଯାଉଛି। ରିମୋଟ ପାଇଲଟଙ୍କ ପରିଚାଳନାରେ ଡ୍ରୋନ ଥରକରେ ୧୦ କିଲୋମିଟର ପର୍ଯ୍ୟନ୍ତ ଘଣ୍ଟାକୁ ୩୨ କିଲୋମିଟର ବେଗରେ ଉଡାଣ କରିପାରିବ। ଏହି ମାନବ ରହିତ ବିମାନ ବ୍ୟବସ୍ଥା ଅଥବା ଡ୍ରୋନଗୁଡିକ ୫ କିଲୋଗ୍ରାମ ପର୍ଯ୍ୟନ୍ତ ତାପମାତ୍ରା ନିୟନ୍ତ୍ରିତ ସାମଗ୍ରୀ ପରିବହନ କରିପାରିବ ଏବଂ ଆବଣ୍ଟନକାରୀ କେନ୍ଦ୍ରରୁ ସାମଗ୍ରୀ ସଂଗ୍ରହ କରି ଚିକିତ୍ସା ସାମଗ୍ରୀ ଯୋଗାଣ ଆବଶ୍ୟକ କରୁଥିବା ସହରାଞ୍ଚଳଗୁଡିକରେ ତାହା ଯୋଗାଇ ପାରିବ ଏବଂ ସେଠାରୁ ସାମଗ୍ରୀ ଧରି ଆବଣ୍ଟନକାରୀ କେନ୍ଦ୍ରକୁ ଆସିପାରିବ।

kalyan agarbati

Comments are closed.