www.samajalive.in
Monday, December 15, 2025
15.1 C
Bhubaneswar

ଅମୃତ କାଳ ନୁହେଁ ମିତ୍ର କାଳ: କଂଗ୍ରେସର ଅଭିଯୋଗ, ପ୍ରଧାନମନ୍ତ୍ରୀ ଓ ଆଦାନୀ ମହା ମେଗା ସ୍କାମ

ଡେସ୍କ: ଦେଶର ସମ୍ପତ୍ତି ଓ ଗରିବ ଲୋକଙ୍କ ଅର୍ଥକୁ ଲୁଟ କରିବା ଦେଶ ପାଇଁ ଅମୃତ କାଳ ନୁହେଁ ମିତ୍ର କାଳ। ଏଭଳି ଅଭିଯୋଗ କରିଛି ପ୍ରଦେଶ କଂଗ୍ରେସ କମିଟି। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥି ଏବଂ ରଜନୀ ମହାନ୍ତିଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଓ ଆଦାନୀ କମ୍ପାନୀ ସମୁହର ମହା ମେଗା ସ୍କାମର ଜେପିସି ତଦନ୍ତ ଦାବି କରାଯାଇଛି।

ବରିଷ୍ଠ ନେତା ଶ୍ରୀ ରାଉତ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କର ଅସମ୍ଭବ ନୀରବତା ଏହି ସମସ୍ତ ପ୍ରକରଣ ଉପରେ ପ୍ରହେଳିକା ସୃଷ୍ଟି କରିଛି ଏବଂ ଏହା ବିରୋଧରେ ଓଡ଼ିଶା ପ୍ରଦେଶର ୩୩ଟି ଯାକ ସାଂଗଠନିକ ଜିଲ୍ଲାରେ ପ୍ରେସବାର୍ତ୍ତା ମାଧ୍ୟମରେ ସାଧାରଣ ଲୋକଙ୍କ ପାଖରେ ଏହି ମହା ଠକେଇର ପର୍ଦାଫାଶ କରାଯିବ। ମାର୍ଚ୍ଚ ୬ ରୁ ୧୦ ତାରିଖ ମଧ୍ୟରେ ପ୍ରତ୍ୟେକ ବ୍ଲକ/ଏନଏସି/ମ୍ୟୁନିସିପାଲ କର୍ପୋରେସନ ଇତ୍ୟାଦି ମାନଙ୍କରେ ଥିବା ସରକାରୀ ବ୍ୟାଙ୍କ କିମ୍ବା ଏଲଆଇସି ଅଫିସ ସାମନାରେ ପ୍ରତିବାଦ ସଭା ଆୟୋଜନ କରାଯିବ ଏବଂ ମାର୍ଚ୍ଚ ୧୩ ତାରିଖରେ ରାଜଭବନ ସମ୍ମୁଖରେ ଗଣଧାରଣା ମାଧ୍ୟମରେ ପ୍ରତିବାଦ କରାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories