www.samajalive.in
Saturday, December 6, 2025
16.1 C
Bhubaneswar

ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ : ପୁରୁଷ ବନ୍ଧୁ ଗିରଫ

ପଟ୍ଟାମୁଣ୍ଡାଇ: ଯୁବତୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ଗିରଫ କରାଯାଇଛି। ଏ ନେଇ କେନ୍ଦ୍ରାପଡା ଏସ୍‌ପି ସୂଚନା ଦେଇଛନ୍ତି। ମୃତ ଯୁବତୀଙ୍କ ଅଶ୍ଳୀଳ ଫଟୋ ପ୍ରମୋଦଙ୍କ ମୋବାଇଲରୁ ମିଳିଛି। ଘଟଣା ଘଟିବାର କିଛି ସମୟ ପୂର୍ବରୁ ପ୍ରମୋଦ ଯୁବତୀଙ୍କ ସହ କଥା ହୋଇଥିଲେ। ଜୁଲାଇ ୧୭ ତାରିଖରେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ତାଙ୍କ ବାପାଙ୍କ ପାଖକୁ ପଠାଇଥିଲେ। ଆଉ ଦୁଇ ଜଣଙ୍କ ମୋବାଇଲକୁ ମଧ୍ୟ ଭାଇରାଲ ଉଦ୍ଦେଶ୍ୟରେ ପଠାଇଥିଲେ। କାଠିଆପଡାରେ ଲାଗିଥିବା ସିସି ଟିଭିରୁ ଆଉ କିଛି ତଥ୍ୟ ହସ୍ତଗତ ହୋଇଛି। ମୃତକଙ୍କ ବାପା ଘରୁ ଯିବାର ଏବଂ ଫେରିବାର ଦୃଶ୍ୟ ମଧ୍ୟ ହସ୍ତଗତ ହୋଇଛି। ସେହିଦିନ ୧୧ଟା ୪୦ରେ ଗାଁରେ ଲୋକଙ୍କ ଧାଁ ଦୌଡ ସାମ୍ନାକୁ ଆସିଥିବା କହିଛନ୍ତି ଏସ୍‌ପି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories