www.samajalive.in
Saturday, December 6, 2025
23.1 C
Bhubaneswar

ଉପମୁଖ୍ୟମନ୍ତ୍ରୀଙ୍କର ଦୁଇଟି ଭୋଟର କାର୍ଡ- ତେଜସ୍ଵୀ

ସମାଜ ଡିଜିଟାଲ ଡେସ୍କ: ବିହାରରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାର ଏସଆଇଆର(ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ) କାର୍ଯ୍ୟକାରୀ କରାଯିବା ପରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ନିକଟରେ ବିରୋଧୀ ଦଳ ନେତା ତେଜସ୍ଵୀ ଯାଦବଙ୍କୁ ନିର୍ବାଚନ ଆୟୋଗ ଚେତାବନୀ ଦେଇ ନକଲି ଭୋଟର କାର୍ଡ ଦାଖଲ କରିବାକୁ କହିଥିଲେ। ଏହାପରେ ତେଜସ୍ଵୀ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନାଙ୍କୁ ଟାର୍ଗେଟ କରିଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କର ବି ନକଲି ଭୋଟର କାର୍ଡ ଥିବା ତେଜସ୍ଵୀ ଅଭିଯୋଗ କରିଛନ୍ତି।

ରବିବାର ତେଜସ୍ଵୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ ନାମରେ ଦୁଇଟି ଅଲଗା ଅଲଗା ଜାଗାରେ ଭୋଟର କାର୍ଡ ରହିଛି। ଦୁଇଟି ଯାକ ଭୋଟର କାର୍ଡର ବିବରଣୀ ତେଜସ୍ଵୀ ଗଣମାଧ୍ୟମ ଆଗରେ ଦେଖାଇଥିଲେ। ପାଟନା ଏବଂ ଲଖିସରାଇରେ ବିଜୟଙ୍କର ଏହି ପୃଥକ କାର୍ଡ ରହିଛି।

- Advertisement -

ତେବେ ବିଜୟ ଏହାକୁ ଖଣ୍ଡନ କରିବା ସହିତ ଗୋଟିଏ କାର୍ଡକୁ କାଟିବା ଲାଗି ସେ ବୁଥସ୍ତରୀୟ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories