ଜନନୀ ଯନ୍ତ୍ରଣା: ଦୋଳରେ ନଦୀପାର, ଆମ୍ବୁଲାନ୍ସରେ ସନ୍ତାନ ପ୍ରସବ
ପାତ୍ରପୁର: ଆନ୍ଧ୍ର ସୀମାନ୍ତ ପାତ୍ରପୁର ବ୍ଳକରେ ବହୁ ଦୁର୍ଗମ ଆଦିବାସୀ ଗ୍ରାମ ରହିଛି। ସେହି ସବୁ ଗ୍ରାମରୁ ମହିଳାଙ୍କ ପ୍ରସବ ପାଇଁ ସାଙ୍ଗୀ ଭାରରେ ଗ୍ରାମରୁ ରାସ୍ତା ପର୍ୟ୍ୟନ୍ତବୋହି ଆଣି ଆମ୍ବୁଲାନ୍ସଯୋଗେ ଡାକ୍ତରଖାନାକୁ ନେଉଛନ୍ତି। ପ୍ରଥମ ଥର ପାଇଁ ଆନ୍ଧ୍ର ସୀମାନ୍ତ ଜଙ୍ଗଳଘେରା ଅଞ୍ଚଳର ଗୁଡିପଦର ଗ୍ରାମର ଜଣେ ଗର୍ଭବତୀଙ୍କୁ ଡାକ୍ତର ଖାନାକୁ ନେବାବେଳେ ରାସ୍ତାରେ ଆମ୍ବୁଲାନ୍ସରେ ପ୍ରସବ ହୋଇଥିବା ଜଣାଯାଇଛି। ପାତ୍ରପୁର ବ୍ଳକ ବୁରାତାଲ ପଞ୍ଚାୟତର ଗୁଡିପଦର ଗ୍ରାମର ଲକ୍ଷ୍ମଣ ଶବରଙ୍କ ପତ୍ନୀ ମହନି ଶବର ତିନିଦିନ ହେଲା ଗର୍ଭ ଯନ୍ତ୍ରଣାରେ ଛଟ ପଟ ହେଉଥିଲେ।
ଏହି ଖବର ଗ୍ରାମର ୱାର୍ଡ ସଭ୍ୟ ମଙ୍ଗଳା ଶବର ଜାଣି ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟଙ୍କୁ ଜଣାଇ ଥିଲେ।ଏହା ପରେ ଉଭୟେ ଆମ୍ବୁଲାନ୍ସକୁ ଖବର ଦେବା ସହ ରାସ୍ତା ବତାଇଥିଲେ। ଗ୍ରାମରୁ ମହୀନିଙ୍କୁ ଦୋଳା ଯୋଗେ କଳିଙ୍ଗ ଦଳା ଜଳଭଣ୍ଡାର ତଳ ପାର୍ଶ୍ୱରେ ମହେନ୍ଦ୍ର ତନୟା ନଦୀ ପାର କରି ପ୍ରାୟ ଛଅ କିଲୋମିଟର ଆନ୍ଧ୍ର କୁରୁଡାଲ ନିକଟରେ ପହଞ୍ଚିଥିବା ଆମ୍ବୁଲାନ୍ସ ପାଖକୁ ଆଣି ଥିଲେ। ସେହିଠାରୁ ଆମ୍ବୁଲାନ୍ସ ଯୋଗେ ଆନ୍ଧ୍ର ଷୋମପେଣ୍ଠ ଦେଇ ଘାଟିମୁକୁନ୍ଦପୁର ରାସ୍ତା ଆନ୍ଧ୍ର ପଥରେ ଆଣି ଓଡ଼ିଶାର ସୁନାଖଳା ଦେଇ ପାତ୍ରପୁର ଡାକ୍ତର ଖାନାକୁ ନେବା ବେଳେ ଆମ୍ବୁଲାନ୍ସରେ ଏକ କନ୍ୟା ସନ୍ତାନପ୍ରସବ ହୋଇଥିଲା। ଏହାପରେ ମାଆ ପିଲାଙ୍କୁ ଡାକ୍ତର ଖାନାକୁ ନିଆଯାଇଛି। ପୂର୍ବରୁ ତାଙ୍କର ଦୁଇ ପୁଅ ଗୋଟିଏ ଝିଅ ଥିଲେ। ଗ୍ରାମର ମଙ୍ଗଳାଶବର ଲକ୍ଷ୍ମଣ ଶବର ଲବ ଶବର, ପିତାମ୍ବର ଶବର ପ୍ରମୁଖ ମହିଳାଙ୍କୁ ଗ୍ରାମରୁ ଆମ୍ବୁଲାନ୍ସ ପର୍ୟ୍ୟନ୍ତ ବୋହି ଆଣିଥିଲେ। ତେବେ ସ୍ଥାନୀୟ ସରପଞ୍ଚ ସମିତି ସଭ୍ ଙ୍କ ଉଦ୍ୟମ ଯୋଗୁଁ ତିନିଦିନହେଲା ଗର୍ଭ ଯନ୍ତ୍ରଣା ଭୋଗୁଥିବା ଜଣେ ମହିଳାଙ୍କୁ ପ୍ରଥମଥରପାଇଁ ଡାକ୍ତର ଖାନାକୁ ପଠାଇବା ଉଦ୍ୟମ କରି ଥିବାରୁ ଆଦିବାସୀମାନେ କୃତଜ୍ଞତାଜ୍ଞାପନ କରିଛନ୍ତି।
Comments are closed.