www.samajalive.in
Monday, December 15, 2025
15.1 C
Bhubaneswar

ଠାକୁରାଣୀ  ଯାତ୍ରା ଆରମ୍ଭ

ପାତ୍ରପୁର:ପାତ୍ରପୁର ବ୍ଲକ   ଖାରିଆଗୁଡ଼ା ପଞ୍ଚାୟତ ମୁକୁନ୍ଦ ପୁର ଗ୍ରାମରେ   ମାଁ  ଠାକୁରାଣୀଙ୍କ ପାଞ୍ଚ ବର୍ଷୀୟ ଯାତ୍ରା ଆରମ୍ଭ ହୋଇଛି। ଗତକାଲି ରାତ୍ର ଠାକୁରାଣୀଙ୍କ ପୀଠରେ ଗ୍ରାମର ଲୋକମାନେ ପହଞ୍ଚି ପୂଜା ପାଠ କରିବା ସହ  ମା ଙ୍କୁ ଆବାହନ କରିଥିଲେ।

ରାତ୍ର  ଆଜ୍ଞା ମାଳ ମିଳିବା ପରେ ଏକ ବିରାଟ ଶୋଭାଯାତ୍ରା ରେ ମା ଙ୍କୁ ପାଛୋଟି ଆଣି ଅସ୍ଥାୟୀ ପୀଠ ରେ ରଖା ଯାଇଛି।ନିୟମିତ ରାତ୍ର ମାଆ ଙ୍କୁ ଗ୍ରାମ ପରିକ୍ରମା କରାଯାଉଛି।ଯାତ୍ରା ପାଇଁ ଗ୍ରାମ ରଙ୍ଗୀନ ଆଲୁଅରେ ଝଟକୁଛି।ନିୟମିତ ବିଭିନ୍ନ ପଟୁଆର ସାଙ୍ଗକୁ ନାଟକ ପରିବେଷଣ ହେଉଛି।ଗତ କିଛି ବର୍ଷ ଧରି କାମ କରିବା ପାଇଁ ରାଜ୍ୟ ବାହାରେ ରହୁଥିବା ଗ୍ରାମର ଲୋକମାନେ ଫେରି ଛନ୍ତି।ଦିନରେ ବିଭିନ୍ନ ପଟୁଆର ସାଙ୍ଗକୁ  ସନ୍ଧ୍ୟାରେ କଳାକୁଞ୍ଜ ଦେଖିବାକୁ ଭିଡ ଲାଗୁଛି।ଯାତ୍ରା ପାଇଁ   ଗ୍ରାମକୁ ବନ୍ଧୁ ବାନ୍ଧବ ଙ୍କ ଭିଡ଼ ଲାଗି ରହିଥିବା ବେଳେ ପଡୋଶୀ ଆନ୍ଧ୍ର ରୁ ଲୋକମାନେ ଆସୁଛନ୍ତି।।ଆସନ୍ତା  ୨୮ ତାରିଖରେ ଯାତ୍ରା ଶେଷ ହେବା ସ୍ଥିର ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories