www.samajalive.in
Sunday, December 14, 2025
26.1 C
Bhubaneswar

ସୁଜୁକି ନିଜ ଗ୍ରାହକଙ୍କୁ ଦେବ ଉପହାର, ଖୁବ୍ ଶୀଘ୍ର ଆସିବ ଆକ୍ସେସ ଇଲେକ୍ଟ୍ରିକ୍ ସ୍କୁଟର

ନୂଆଦିଲ୍ଲୀ : ଲୋକମାନେ ଦେଶର ନମ୍ବର ଓ୍ବାନ୍ ସ୍କୁଟର ହୋଣ୍ଡା ଆକ୍ଟିଭାର ଇଲେକ୍ଟ୍ରିକ୍ ମଡେଲକୁ ଅପେକ୍ଷା କରିଛନ୍ତି । କିନ୍ତୁ ଅନ୍ୟପଟେ ବଡ ଯୋଜନା କରୁଛି ସୁଜୁକି । ସୁଜୁକି ନିଜ ଲୋକପ୍ରିୟ ସ୍କୁଟର ସୁଜୁକି ଆକ୍ସେସର ଇଲେକ୍ଟ୍ରିକ୍ ମଡେଲ ଆଣିବା ପାଇଁ ପ୍ରସ୍ତୁତ ହେଉଛି । କମ୍ପାନୀ ଚଳିତବର୍ଷ ଶେଷ ସୁଦ୍ଧା ଆକ୍ସେସର ଇଲେକ୍ଟ୍ରିକ୍ ମଡେଲ ବଜାରକୁ ଆଣିବା ନେଇ ଅନୁମାନ କରାଯାଉଛି । କମ୍ପାନୀ ପୂର୍ବରୁ ନିଜ ବର୍ଗମ୍ୟାନର ଇଲେକ୍ଟ୍ରିକ୍ ମଡେଲର ଟେଷ୍ଟିଂ କରୁଛି ।

କୁହାଯାଉଛି କି କମ୍ପାନୀ ଆକ୍ସେସ ଇଲେକ୍ଟ୍ରିକର ଡିଜାଇନ୍ ବର୍ତ୍ତମାନର ଆଇସିଇ ମଡେଲଠୁ ନେଇପାରେ । ଏହା ସହିତ ଆକ୍ସେସ୍ ଇଲେକ୍ଟ୍ରିକର ପ୍ରୋଟୋଟାଇପ୍ ବର୍ଗମ୍ୟାନ୍ ଇଲେକ୍ଟ୍ରିକ୍ ସହ ସମାନ ହେବ । ଏହାର ଷ୍ଟାଇଲଠୁ ଆରମ୍ଭ କରି ବଡି କମ୍ପୋନେଟ୍ ଆଇସିଇ ମଡେଲ ସହ ସମାନ ହେବ । ଏଥିରେ ବ୍ରେକିଂ ପାଇଁ ଡୁଆଲ ଫ୍ରଣ୍ଟ୍ ଏବଂ ସିଙ୍ଗଲ ରିୟର ଡିସ୍କ ବ୍ରେକ୍ ମିଳିବ । ସେହିଭଳି ସସପେନ୍ସନ ପାଇଁ ଟେଲିସ୍କୋପିକ୍ ଫ୍ରଣ୍ଟ ଫୋର୍କ୍ସ ଏବଂ ଏକ ମୋନୋଶକ୍ ୟୁନିଟ୍ ମିଳିବା ଆଶା ରହିଛି ।

ଗାଡିରେ କିପରି କାମ କରେ ଏବିଏସ୍‌‌ ଜାଣନ୍ତୁ

- Advertisement -

ଏଥିରେ ଅନେକ ପ୍ରକାର କନେକ୍ଟିଭିଟି ଫିଚର୍ସ ମଧ୍ୟ ମିଳିବା ଅନୁମାନ କରାଯାଉଛି । ଏଥିରେ ବର୍ଗମ୍ୟାନ୍ ଇଲେକ୍ଟ୍ରିକ୍ ସ୍କୁଟର ଭଳି ବଦଳାଇ ହେଉଥିବା ବ୍ୟାଟେରୀ ବ୍ୟବହାର କରାଯିବ । ଅର୍ଥାତ୍ ବ୍ୟାଟେରୀକୁ ବାହାର କରି ଆପଣ ଏହାକୁ କେଉଁଠି ବି ଚାର୍ଜ କରିପାରିବେ । ଏଥିରେ ଏକ ଏସି ସିକ୍ରୋନସ୍ ଇଲେକ୍ଟ୍ରିକ୍ ମୋଟର ମିଳିବା ଆଶା ରହିଛି । କୁହାଯାଉଛି କି ବଜାରରେ ମିଳୁଥିବା ଅନ୍ୟ ଇଲେକ୍ଟ୍ରିକ୍ ମଡେଲ ତୁଳନାରେ ଏଥିରେ ଅନେକ ଫିଚର୍ସ ଯୋଡାଯିବ । ତେବେ ଦାମ୍ କଥା କହିବା ତ  ଏହାର ଦାମ୍ ପ୍ରାୟ ୧.୨ ଲକ୍ଷ ଟଙ୍କା ପାଖାପାଖି ରହିପାରେ । ଭାରତୀୟ ବଜାରରେ ଏହାର ସିଧା ମୁକାବିଲା ବଜାଜ ଚେତକ ଇଲେକ୍ଟ୍ରିକ୍, ଟିଭିଏସ୍ ଆଇକ୍ୟୁବ୍ ଏବଂ ଅପକମିଂ ହୋଣ୍ଡା ଆକ୍ଟିଭା ଇଲେକ୍ଟ୍ରିକ୍ ସ୍କୁଟର ସହିତ ହେବ ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories