www.samajalive.in
Sunday, December 7, 2025
16.1 C
Bhubaneswar

ଟମାଟୋ ଦର ହ୍ରାସ; ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ

ପାତ୍ରପୁର: ଚଳିତ ବର୍ଷ ରବିଋତୁରେ ଟମାଟୋ ଚାଷ କରି ଭଲ ଦି ପଇସା ରୋଜଗାର କରିବା ଆଶା ବାନ୍ଧିଥିବା ଚାଷୀ ବଜାର ଦର ହ୍ରାସ ଯୋଗୁଁ ମୁଣ୍ଡରେ ହାତ ଦେଇ ବସିଛନ୍ତି। ପାତ୍ରପୁର ଅଞ୍ଚଳର ବିଭିନ୍ନ ଗ୍ରାମରେ ରବି ଋତୁରେ ଚାଷୀ ପ୍ରତି ବର୍ଷ ଟମାଟୋ ଚାଷ କରି ଥାଆନ୍ତି। ଧାନ ଫସଲ ଅମଳ ପରେ ନଦୀ କୂଳିଆ ବାଲିଆ ଜମିରେ ଏହି ଚାଷ ସହିତ ଅନ୍ୟ ପରିବା ଚାଷ ହେଉଛି। ପାତ୍ରପୁର ବ୍ଳକ ପଦାଦିଗି କୋଲିହଳା ସମେତ ବିଭିନ୍ନ ଗ୍ରାମରେ ବହୁ ଚାଷୀ ଚଳିତ ବର୍ଷ ଟମାଟୋ ଚାଷ କରିଥିଲେ। ଏବେ ଟମାଟୋ ଆଦାୟ ବେଳକୁ ଦର ଯଥେଷ୍ଟ ହ୍ରାସ ପାଇଛି। ଯାହାକୁ ଦେଖି ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏବେ ଟମାଟୋ କିଲୋଗ୍ରାମ ଦର ୨ରୁ ୩ଟଙ୍କାରେ ବିକ୍ରୀ ହେଉଛି। ପୂର୍ବ ବର୍ଷମାନଙ୍କରେ ଏହି ସମୟରେ କିଲୋଗ୍ରାମ ପିଛା ଦର ୧୫ରୁ କୋଡ଼ିଏ ୨୦ଟଙ୍କା ରହୁଥିଲା। ଏହାକୁ ଦେଖି ଚଳିତବର୍ଷ ଭଲ ଦି ପଇସା ରୋଜଗାର ଆଶାରେ ବହୁ ଚାଷୀ ଉନ୍ନତ କିସମର ଟମାଟୋ ବିହନ ଅଧିକ ଦରରେ କିଣି ଚାଷ କରିଥିଲେ। କିଛି ଚାଷୀ ନିଜ ଜମିରେ ଚାଷ କରିଥିବା ବେଳେ କେତେକ ଚାଷୀ ଅନ୍ୟର ଜମି କର ଦେଇ ଟମାଟୋ ଫସଲ ଲଗାଇଥିଲେ। ଅନୁକୂଳ ପାଗ ସାଙ୍ଗକୁ ଗଛ ଭଲ ହେବା ସହ ଭଲ ଫଳ ଆସିଥିଲା । ଯାହାକୁ ଦେଖି ଚାଷୀଙ୍କ ମନରେ ଖୁସି ଭରିଥିଲା। ପର୍ବ ପର୍ବାଣୀ ସହ ମାଙ୍ଗଳିକ କାର୍ଯ୍ୟରେ ଏହାର ଭଲ ବିକ୍ରୀ ହେବା ଆଶା ବାନ୍ଧିଥିବା ବେଳେ ଦସ ଦିନ ପୂର୍ବେ କାଳବୈଶାଖୀ ବର୍ଷା ଫଳରେ କେତେକ ଚାଷୀଙ୍କ ଜମିରୁ ଗଛ ନଷ୍ଟ ହୋଇଥିଲା।ଏବେ ଟମାଟ ଅମଳ ବେଳକୁ ଦର ହ୍ରାସ ଘଟିଛି। କମ ଦର ସାଙ୍ଗକୁ ମାଙ୍ଗଳିକ କାର୍ଯ୍ୟ ବନ୍ଦ ଯୋଗୁଁ କେହି ବରାଦ ଦେଇ ନେଉନାହାନ୍ତି। ପଦାଦିଗି ଗ୍ରାମର ୫୦ରୁ ଉର୍ଦ୍ଧ୍ବ ଚାଷୀ ଏକର ଏକର ଜମିରେ ଟମାଟ ଲଗାଇ ଅମଳ କରୁଛନ୍ତି। ଏବେ ଜମି ପାଖରେ କିଲୋଗ୍ରାମ ପ୍ରତି ଦର ଦୁଇ ଟଙ୍କାରେ ବିକୁ ଥିବା ବେଳେ ଆଦାୟ ଟମାଟ ବିକ୍ରୀ ହେଉନାହିଁ। ଯାହାରି ଫଳରେ ଚାଷୀ ଗାଡି ଭଡ଼ା କରି ବିଭିନ୍ନ ଗ୍ରାମକୁ ଯାଇ କିଲୋଗ୍ରାମ ପିଛା ତିନିରୁ ଚାରି ଟଙ୍କା ରେ ବିକୁଛନ୍ତି। ତୋଳିବା ମୂଲ ସାଙ୍ଗକୁ ଗାଡି ଭଡ଼ା ଦେଲେ କିଲୋ ଦୁଇ ଟଙ୍କା ମିଳୁଛି। ତେବେ ହଜାର ହଜାର ତାଙ୍କ ବ୍ୟୟରେ କରିଥିବା ଚାଷରୁ ଆଦାୟ ଜିନିଷ ରୋର୍ଦ୍ର ତାପରେ ବିକ୍ରୀ କରିବାକୁ ବାଧ୍ୟ ହେଉଥିବା ଚାଷୀ ଶ୍ରୀହରି ପାଣିଗ୍ରାହୀଙ୍କ ସମେତ ବହୁ ବ୍ୟକ୍ତ ପ୍ରକାଶ କରିଛନ୍ତି। ଚାଷ ପାଇଁ କରଜ କରିଥିବା ଚାଷୀଙ୍କ ଦର ହ୍ରାସ ଯୋଗୁଁ ଚିନ୍ତା ବଢ଼ିବାରେ ଲାଗିଛି । ଅଞ୍ଚଳରେ ପରିବା ସାଇତିବା ପାଇଁ ଶୀତଳ ଭଣ୍ଡାର ଟିଏ ନଥିବା ହେତୁ ଚାଷୀଙ୍କ ଜିନିଷ ରଖିବା ଅସୁବିଧା ହେଉଛି। ଜାହାରି ଫଳରେ ଶାଗ ମାଛ ଦରରେ ବିକ୍ରୀ କରିବାକୁ ବାଧ୍ୟ ହେଉଥିବା ଜଣାଯାଇଛି।ସରକାର ଚାଷୀଙ୍କ ପରିବା ସାଇତିବା ପାଇଁ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ଚାଷୀ ମହଲରେ ଦାବୀ ହେଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories