ଖରଣୀପଡା ଗ୍ରାମ ପଞ୍ଚାୟତରେ ମନ୍ତ୍ରୀ ଉଷା ଦେବୀଙ୍କ ସମୀକ୍ଷା ବୈଠକ

ପାତ୍ରପୁର: ଗଞ୍ଜାମ ଜିଲା ପାତ୍ରପୁର ବ୍ଳକ ଅନ୍ତର୍ଗତ ଖରଣିପଡା ଗ୍ରାମ ପଞ୍ଚାୟତରେ ଶନିବାର ଅପରାହ୍ନରେ ଚିକିଟି ବିଧାୟିକା ତଥା ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ପାତ୍ରପୁର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରକାଶ କୁମାର ଦାଶଙ୍କ ସହ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଖରଣୀପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ଜନସାଧାରଣ,ସମସ୍ତ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମି ଉପସ୍ଥିତ ଥିଲେ। ପଞ୍ଚାୟତରେ ଚାଲି ଥିବା ସମସ୍ତ ଉନ୍ନତି ମୁଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ଆଗାମୀ ଦିନରେ କିପରି ପଞ୍ଚାୟତର ସମସ୍ତ ଗରିବ ହିତାଧିକାରୀମାନଙ୍କ ପାଖରେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ପହଞ୍ଚି ପାରିବ ସେ ନେଇ ଆଦେଶ ଦେଇଥିଲେ।

 

ଖରଣୀପଡା ଗ୍ରାମ ପଞ୍ଚାୟତରେ ଅବସ୍ଥିତ ପାଣିନାଳକୁ ପୁନରୁଦ୍ଧାର ଏବଂ ବାଡିଆବାଡ ନାଳରେ ବକ୍ସାଲ ବ୍ରିଜ ନିର୍ମାଣ ସକାଶେ ସରପଞ୍ଚ ଜିତେନ୍ଦ୍ର କୁମାର ପଣ୍ଡା ମନ୍ତ୍ରୀଙ୍କୁ ଦାବୀ ଜଣେଇଥିଲେ। ସମୀକ୍ଷା ବୈଠକରେ ସମିତିସଭ୍ୟା ଅମିତା ପ୍ରଧାନ,ରାମନାଥ ପାଣିଗ୍ରାହୀ, ବି.କୃଷ୍ଣମୂର୍ତ୍ତି ଓ ରିତା ମହାନ୍ତି ପ୍ରମୁଖ ମଞ୍ଚ।ସିନ ଥିଲେ। ମନ୍ତ୍ରୀ ଗସ୍ତ ଖବର ପାଇ ବହୁ ବ୍ୟକ୍ତି ପହଂଚି ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।

Comments are closed.