ବାତରଡାରେ ବନ୍ୟା ଜଳରେ ଧୋଇଗଲା ରାସ୍ତା, ଯାତାୟତରେ ସୃଷ୍ଟି ହେଉଛି ସମସ୍ୟା

ପାତ୍ରପୁର: ପାତ୍ରପୁର ଏବଂ ଗଜପତି ଅଞ୍ଚଳରୁ ଦିଗପହଣ୍ଡି ଅଞ୍ଚଳକୁ ସଂଯୋଗ ପଥରେ ଥିବା ବାତରଡା ନାଳରେ ବନ୍ୟା ଜଳ ଆସି ରାସ୍ତା ନଷ୍ଟ ହେବା ଫଳରେ ଯାତାୟାତ ବ୍ୟାଘାତ ଆଶଙ୍କା ସୃଷ୍ଟିହୋଇଛି। ଲଘୁଚାପ ଫଳରେ ବାତରଡା ନାଳରେ ବନ୍ୟା ଜଳ ଆସିଛି। ଏହି ପଥର ଭ୍ରମରପୁର ଗ୍ରାମ ପାର୍ଶ୍ୱରେ ଥିବା ବାତରଡା ପୋଲ ନିକଟରେ ବନ୍ୟା ଜଳ ଗ୍ରାମକୁ ସଂଯୋଗ ପଥର ମାଡି ଧୋଇ ଦେବା ଫଳରେ ଯାତାୟାତ ସମସ୍ୟା ଉପୁଜିଛି। ଭ୍ରମରପୁର ଗ୍ରାମ ଠାରୁ ଚାନ୍ଦପୁର ପର୍ୟ୍ୟନ୍ତ ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଦୁଇ ବର୍ଷ ତଳେ ଏହି ରାସ୍ତା ପକ୍କା କରାଯାଇଥିଲା। ତେବେ କିଛି ଅଂଶ ରାସ୍ତା କାମ ନହେବା ଫଳରେ ଯାତାୟାତ ସମସ୍ୟା ଦେଖା ଦେଇଛି। ତେବେ ଗ୍ରାମ ନିକଟ ବାତରଡା ନାଳରେ ଏକ ପୋଲନିର୍ମାଣ ପାଇଁ ସ୍ଥିର ହୋଇଥିଲା। ଚଳିତ ବର୍ଷ ପୋଲ ଉପର ଅଂଶରେ ହୋମ ପାଇପ ପକାଇ ଏକ କର୍ଲଭଟ ନିର୍ମାଣ ହୋଇଥିଲା। ଏବେ ନାଳରେ ବନ୍ୟାଜଳ ଆସିବାପରେ କର୍ଲଭଟ ଉପର ଦେଇ ପାଣି ପ୍ରଭାହିତ ହୋଇ ପୋଲ ନିକଟରେ ରାସ୍ତାରୁ ମାଟି ଧସିଯାଇଛି। ଫଳରେ ଗ୍ରାମବାସୀ ଭାରିଯାନ ନେବାକୁ ବାରଣ କରିଛନ୍ତି।ଏହି ରାସ୍ତା ଦେଇ ଭୁବନେଶ୍ୱର ବ୍ରହ୍ମପୁର ସହରକୁ ନିୟମିତ ଏକାଧିକ ବସ ସହିତ ବିଭିନ୍ନ ଯାନବହନ ଚଳାଚଳ କରୁଛି। ତେବେ ରାସ୍ତା ପାର୍ଶ୍ୱରୁ ମାଟି ଅତଡା ଧସିବା ଫଳରେ ଗଜପତି ଜିଲା ମହେନ୍ଦ୍ରଗଡ଼ ଅଞ୍ଚଳ ସହିତ ପାତ୍ରପୁର ଦିଗପହଣ୍ଡି ଅଞ୍ଚଳର ଶତାଧିକ ଗ୍ରାମ ବାସୀଙ୍କ ଯାତାୟାତ ସମସ୍ୟା ସୃଷ୍ଟି ହେବା ଆଶଙ୍କାଥିବାରୁ କତ୍ତୃପକ୍ଷ ଦୃଷ୍ଟିଦେବାକୁ ଦାବୀ ହେଉଛି।

kalyan agarbati

Comments are closed.