www.samajalive.in
Friday, December 5, 2025
17.1 C
Bhubaneswar

କୋର୍ଟଙ୍କ ରାୟକୁ ସମ୍ମାନ ଜଣାଉଛୁ, ପୁଅର ଆତ୍ମା ଶାନ୍ତି ପାଇବ

ସମାଜ ଡିଜିଟାଲ ଡେସ୍କ: ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ଘଟଣାର ୭ବର୍ଷ ପରେ ଆଜି ଏହି ରାୟ ପ୍ରକାଶ କରିଛନ୍ତି ପାଟଣାଗଡ ଏଡିଜେ କୋର୍ଟ । ପୁଞ୍ଜିଲାଲକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ଓ ୫୦ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ । ଆଜୀବନ କାରାଦଣ୍ଡ ପରେ ସଜ୍ଞା ବୁଝାଇଥିଲେ ସରକାରୀ ଓକିଲ । ଆଜୀବନ ଅର୍ଥ ସେ ମୃତ୍ୟୁ ପର୍ଯ୍ୟନ୍ତ ଜେଲ ଭିତରେ ହିଁ ରହିବ । ଆଜିର ରାୟ ପ୍ରକାଶ ପାଇବା ପରେ ସୌମ୍ୟଙ୍କ ପରିବାର ଏଥିରେ ସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ସୌମ୍ୟଙ୍କ ବାପା ଓ ମା କହିଛନ୍ତି ଯେ ଆମେ ଫାଶୀ ଦଣ୍ଡାଦେଶ ପାଇଁ ଦାବୀ କରିଥିଲୁ, ହେଲେ କୋର୍ଟ ଯାହା ରାୟ ଶୁଣାଇଛନ୍ତି ସେଥିରେ ଆମେ ସନ୍ତୁଷ୍ଟ ଅଛୁ । ଏଥିରେ ଆମ ପୁଅକୁ ନ୍ୟାୟ ମିଳିଛି ଏବଂ ତା’ର ଆତ୍ମା ଶାନ୍ତି ପାଇବ ବୋଲି କହିଛନ୍ତି ।

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories