www.samajalive.in
Friday, December 5, 2025
20.1 C
Bhubaneswar

ଫ୍ରାନ୍ସରେ ଏହି ରୋଗୀଙ୍କୁ ମିଳିବ ବିଷ ଖାଇବାର ଅନୁମତି, ରହିଛି ସ୍ଵତନ୍ତ୍ର ସର୍ତ୍ତାବଳୀ

ପ୍ୟାରିସ୍: ଫ୍ରାନ୍ସର ନିମ୍ନ ସଦନ ନ୍ୟାସନାଲ ଆସେମ୍ବଲୀ ମଙ୍ଗଳବାର ଏକ ଐତିହାସିକ ବିଲ୍‌କୁ ଅନୁମୋଦନ କରିଛି। ଏହି ବିଲ୍ ଅନୁଯାୟୀ ଫ୍ରାନ୍ସର ଦୁରାରୋଗ୍ୟ ରୋଗରେ ପୀଡ଼ିତ ବୟସ୍କ ଲୋକମାନଙ୍କୁ ମୃତ୍ୟୁ ବାଛିବାର ଅଧିକାର ମିଳିବ। ୟୁରୋପରେ ବହୁ ଦିନ ଧରି ମୃତ୍ୟୁ ବାଛିବାର ଅଧିକାରକୁ ଆଇନଗତ କରିବା ପାଇଁ ଦାବି ହୋଇଆସୁଛି। ଫ୍ରାନ୍ସରେ ମଧ୍ୟ ଦୀର୍ଘ ଦିନ ଧରି ଏପରି ଏକ ଦାବି କରାଯାଉଛି ଏବଂ ଏହାକୁ ନେଇ ସଂସଦରେ ମାସ ମାସ ଧରି ଚର୍ଚ୍ଚା ଚାଲିଛି। ଲମ୍ବା ଚର୍ଚ୍ଚା ପରେ ମଙ୍ଗଳବାର ନ୍ୟାସନାଲ ଆସେମ୍ବଲୀ ଏହାକୁ ଅନୁମୋଦନ କରିଛି। ଏବେ ଏହି ବିଧେୟକକୁ ଉଚ୍ଚ ସଦନ ସିନେଟ୍‌ରେ ଉପସ୍ଥାପନ କରାଯିବ।

ପ୍ରସ୍ତାବିତ ବିଧେୟକରେ ଅସାଧ୍ୟ ରୋଗରେ ପୀଡ଼ିତ ଲୋକଙ୍କୁ ମୃତ୍ୟୁ ବାଛିବାର ଅନୁମତି ପ୍ରଦାନ କରାଯାଇଥିବାବେଳେ ଏଥିରେ କଠୋର ସର୍ତ୍ତାବଳୀ ମଧ୍ୟ ଲାଗୁ କରାଯାଇଛି। ସର୍ତ୍ତ ଅନୁସାରେ, ଅସାଧ୍ୟ ରୋଗରେ ପୀଡ଼ିତ ରୋଗୀକୁ ନିଜେ ହିଁ ବିଷ ଖାଇବାକୁ ପଡ଼ିବ। କିନ୍ତୁ ଯଦି ସେ ନିଜର ଜୀବନ ନେବା ସ୍ଥିତିରେ ନଥିବେ ତେବେ ଏଭଳି ପରିସ୍ଥିତିରେ ଡାକ୍ତର କିମ୍ବା ନର୍ସଙ୍କ ସହାୟତାରେ ବ୍ୟକ୍ତିକୁ ବିଷ ଦିଆଯାଇପାରିବ। ବିଲ୍ ଅନୁଯାୟୀ, ମୃତ୍ୟୁକୁ ବିକଳ୍ପ ଭାବେ ବାଛିବା ପାଇଁ ରୋଗୀଙ୍କ ବୟସ ଅତି କମରେ ୧୮ ବର୍ଷ ହୋଇଥିବା ଆବଶ୍ୟକ। ଏଥିସହ ସେ ଫ୍ରାନ୍ସର ନାଗରିକ ମଧ୍ୟ ହୋଇଥିବା ଆବଶ୍ୟକ।

- Advertisement -

ମୃତ୍ୟୁକୁ ବିକଳ୍ପ ଭାବେ ବାଛିବା ପୂର୍ବରୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଏକ ଦଳ ଯାଞ୍ଚ କରିବେ ଯେ ବ୍ୟକ୍ତି ଜଣକ ଦୁରାରୋଗ୍ୟ ରୋଗରେ ପୀଡିତ ଏବଂ ଏହାର କୌଣସି ଚିକିତ୍ସା ନାହିଁ। ଏହା ସହିତ ରୋଗୀ ଅସହ୍ୟ ଯନ୍ତ୍ରଣା ଦେଇ ଗତି କରୁଥିବ। ଏହି ଯାଞ୍ଚ ପରେ ହିଁ ମୃତ୍ୟୁକୁ ବାଛିବାର ବିକଳ୍ପ ଉପଲବ୍ଧ ହେବ। ମାନସିକ ରୋଗୀମାନଙ୍କୁ ମୃତ୍ୟୁ ବାଛିବାର ବିକଳ୍ପରୁ ବାଦ ଦିଆଯାଇଛି। ବିଧେୟକ ଅନୁଯାୟୀ, ରୋଗାଗ୍ରସ୍ତ ବ୍ୟକ୍ତିଙ୍କୁ ଯଦି ଜୀବନ ହାରିବାର ଅନୁମତି ମିଳୁଛି, ତେବେ ସେ ତାଙ୍କ ଘରେ, ନର୍ସିଂ ହୋମ୍ କିମ୍ବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଘାତକ ଔଷଧ କିମ୍ବା ବିଷ ଖାଇପାରିବେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories