ସମାଜସେବୀ ତ୍ରିଲୋଚନ ରାଜଙ୍କ ପରଲୋକରେ ନିରଂଜନଙ୍କ ଶୋକ

ଶୋକାକୁଳ ପରିବେଶରେ ଶେଷ ହେଲା ଅନ୍ତିମ ସଂସ୍କାର

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଉଦୟପୁର ଗ୍ରାମର ଜଣାଶୁଣା ସମାଜସେବୀ ତଥା କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟର ଅବସରପ୍ରାପ୍ତ ଡେମୋନଷ୍ଟେ୍ଟର ତ୍ରିଲୋଚନ ରାଜ(୮୧)ଙ୍କର ଗତ ମଙ୍ଗଳବାର ସନ୍ଧ୍ୟା ସାଢେ ସାତ ଘଟିକା ସମୟରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି । ପରଲୋକଗତ ତ୍ରିଲୋଚନ ରାଜଙ୍କ ନିକଟରେ ତାଙ୍କ ପୁଅ ବିଜେଡି ନେତା ଦୀପକ ରାଜ ଉପସ୍ଥିତ ଥିଲେ । ଖବର ପାଇ ସ୍ୱର୍ଗତ ରାଜଙ୍କ ବନ୍ଧୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ତାଙ୍କର ଶେଷ ଦର୍ଶନ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି । ତେବେ ଗତ ରାତିରେ ତାଙ୍କ ମରଶରୀରକୁ ତାଙ୍କ ପୈତୃକ ଗ୍ରାମ ସାହାରପଡା ବ୍ଲକ ଉଦୟପୁର ଗ୍ରାମକୁ ଅଣାଯାଇ ପୂର୍ବାହ୍ନରେ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି ।

Comments are closed.