www.samajalive.in
Sunday, December 14, 2025
23.1 C
Bhubaneswar

ପାଟଣାରେ କୃଷି ପ୍ରସାର ରଥର ଶୁଭାରମ୍ଭ

ପାଟଣା: ପାଟଣା ବ୍ଲକ କୃଷି ବିଭାଗ ପକ୍ଷରୁ ଆଜିଠାରୁ କୃଷକ ପ୍ରସାର ରଥର ଶୁଭାରମ୍ଭ କରାଯାଇଛି। ବ୍ଲକ କୃଷି ଅଧିକାରୀ କୃପାସିନ୍ଧୁ ସାହୁ ପତାକା ହଲାଇ ଏହି ରଥର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ସହକାରୀ କୃଷି ଅଧିକାରୀ ପରେଶ କୁମାର ଦାଶ ଓ କୃଷି ଅଧିଦର୍ଶକ ଦୂର୍ଗା ଚରଣ ତ୍ରିପାଠୀଙ୍କ ସହ ଅନ୍ୟମନେ ଉପସ୍ଥିତ ଥିଲେ। ଏହି ରଥରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତ ଲୋକନୃତ୍ୟ ଦଳ ପାଟଣା ବ୍ଲକରେ ୬ ଦିନରେ ୨୦ଟି ପଂଚାୟତ ଅଞ୍ଚଳରେ କୃଷକ ଓଡ଼ିଶା, ପ୍ରଧାନମନ୍ତ୍ରୀ ଫସଲ ବୀମା, ମାଟି ନମୁନା ସଂଗ୍ରହ, ବିହନ ବିଶୋଧନ,ବଳରାମ ଯୋଜନା ଆଦି ଅନ୍ୟାନ୍ୟ କୃଷି ସୂଚନା ର ପ୍ରଚାର କରିବେ ବୋଲି ସହକାରୀ କୃଷି ଅଧିକାରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories