ମଲ୍ଲିପଶିରେ ମହାପ୍ରଭୁଙ୍କ ହେରାପଞ୍ଚମୀ ପର୍ବ ପାଳିତ
ପାଟଣା: ନବଦିନାତ୍ମକ ଯାତ୍ରାରେ ଜଗନ୍ନାଥ ମହାପ୍ରଭୁ ବଡଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ମା’ ଜନ୍ମ ବେଦୀକୁ ଯାତ୍ରା କରିଛନ୍ତି। ମା’ଲକ୍ଷ୍ମୀଙ୍କୁ ସାଙ୍ଗରେ ନ ଆଣିଥିବାରୁ ଅଭିମାନରେ ରହିଯାଇଛନ୍ତି ମହାଲକ୍ଷ୍ମୀ। ନଅଦିନ ଯାତ୍ରା ଶେଷ ନ ହେବା ପର୍ଯ୍ୟନ୍ତ ମହାପ୍ରଭୁ ମନ୍ଦିରକୁ ଫେରିବେ ନାହିଁ ବୋଲି ଧାର୍ଯ୍ୟ ହୋଇଛି। ଏଥିରେ ରାଗିଛନ୍ତି ମହାଲକ୍ଷ୍ମୀ। ଫେରିଲା ବେଳେ ରାଗରେ ରଥ ଭଙ୍ଗା ପରମ୍ପରା ଓ ହେରାପଞ୍ଚମୀ ନୀତି ରହିଛି। ତେଣୁ ଆଜି ପରମ୍ପରା ଅନୁଯାୟୀ ଦାରୁବ୍ରହ୍ମ ପ୍ରତିଷ୍ଠା ସଂସ୍ଥାନ ମଲ୍ଲିପଶି ଠାରେ ଠାକୁରଙ୍କ ମଙ୍ଗଳ ଆଳତି ସଂଧ୍ୟା ଧୂପ ଓ ନିତିକାନ୍ତି ବଢ଼ିବା ପରେ ପାଳିତ ହୋଇଛଯାଇଛି ହେରାପଞ୍ଚମୀ ପର୍ବ। ଠାକୁରଙ୍କ ଏହି ନୀତି ଦର୍ଶନରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା।
Comments are closed.