www.samajalive.in
Monday, December 15, 2025
15.1 C
Bhubaneswar

ବେଆଇନ ବାଲି ଚୋରା ଚାଲାଣ, ଆଦାୟ ହେଲା ୩୦ ହଜାର ୫୬୮ ଜୋରିମାନା

ପାଟଣା : କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ବାଲି ଚୋରା ଚାଲାଣ ବୃଦ୍ଧି ପାଇଥିବା ବେଳେ ରାଜସ୍ୱ ବିଭାଗ ଏବେ ଜୋରଦାର ଚଢ଼ାଉ ଅବ୍ୟାହତ ରଖିଛି। ଗତ ଦୁଇ ଦିନ ଭିତରେ ରାଜସ୍ୱ ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ କରି ଜୋରିମାନା ଆଦାୟ କରିରାଯାଇଛି। ଆଜି ବେଆଇନ ବାଲି ଚୋରା ଚାଲାଣ ଅଭିଯୋଗରେ ୩୦ହଜାର ୫୬୮ଟଙ୍କା ଆଦାୟ କରାଯାଇଛି।

ଆଜି ପାଟଣା ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା ପାଟଣା ନିକଟରେ ଚଢାଉ କରି ଗୋଟିଏ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛନ୍ତି। ସେହିପରି ୪୯ ନମ୍ବର ଜାତୀୟ ରାଜପଥ ର ଚେମଣା ନିକଟରେ ଗୋଟିଏ ବାଲି ବୋଝେଇ ହାଇୱା ଜବତ ହୋଇଛି। ଜବତ ଟ୍ରାକ୍ଟର ଉପରେ ୧୦ ହଜାର ୧୨୦ ଟଙ୍କା ଓ ହାଇୱା ଉପରେ ୨୦ ହଜାର ୪୪୮ ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦେଶ ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ରାଜସ୍ୱ ବିଭାଗର ଅତର୍କିତ ଚଢ଼ାଉ ଯୋଗୁ ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories