www.samajalive.in
Sunday, December 14, 2025
26.1 C
Bhubaneswar

କ’ଣ ଜ୍ଞାନୀମାନେ କହିବେ ଆଜିର ଫଳାଫଳ ୨୦୨୪ ପାଇଁ ସଙ୍କେତ – ପ୍ରଧାନମନ୍ତ୍ରୀ ମୋଦୀ

 

ନୂଆଦିଲ୍ଲୀ – ୫ଟି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଘୋଷିତ ହୋଇଛି । ୪ଟିରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ ସରକାର ଗଠନ କରିବ । କେବଳ ପଞ୍ଜାବରେ ଆମ୍‌ଆଦମୀ ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବେଳେ ୟୁପି, ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଏହାପରେ ନୂଆଦିଲ୍ଲୀ ସ୍ଥିତ ଦଳର ମୁଖ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀ ଦଳର ନେତା ଏବଂ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧନ ଦେଇଛନ୍ତି । ଏହି ବିଜୟ ୨୦୨୪ ସାଧାରଣ ନିର୍ବାଚନ ପାଇଁ ସଙ୍କେତ ବୋଲି ଜ୍ଞାନୀମାନେ କହିପାରନ୍ତି ବୋଲି ମୋଦୀ ସୂଚନା ଦେଇଛନ୍ତି। ୨୦୧୯ ନିର୍ବାଚନର ଫଳାଫଳ ପରେ କିଛି ରାଜନୈତିକ ବିଶେଷଜ୍ଞ ଏହା ୨୦୧୭ରୁ ଠିକ୍‌ ହୋଇ ସାରିଥିଲା ବୋଲି କହିଥିଲେ । ସେପରି ୨୦୨୨ର ଫଳାଫଳ ୨୦୨୪ର ସଙ୍କେତ ବୋଲି ସେ କହିଛନ୍ତି।

- Advertisement -

ଉତ୍ତରପ୍ରଦେଶର ପ୍ରଥମଥର ୫ ବର୍ଷପରେ କୌଣସି ମୁଖ୍ୟମନ୍ତ୍ରୀ ପୁଣି ଶାସନକୁ ଫେରିଛନ୍ତି । ଉତ୍ତରପ୍ରଦେଶରୁ ଅନେକ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ମାତ୍ର ୫ ବର୍ଷ ପରେ ଉତ୍ତରପ୍ରଦେଶର କୌଣସି ମୁଖ୍ୟମନ୍ତ୍ରୀ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇ ନାହାନ୍ତି ।

ମହିଳାମାନଙ୍କ ଯୋଗୁଁ ଏହି ବିଜୟ ସମ୍ଭବ ହେଲା ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଭଉଣୀ ,କନ୍ୟା ଏବଂ ମାତାମାନେ ମୋ ପାଇଁ ରକ୍ଷା କବଚ ପରି ବୋଲି ସେ କହିଛନ୍ତି। ବିଜେପି ୪ଟି ରାଜ୍ୟରେ ବେଶ୍‌ ଭଲ ପ୍ରଦର୍ଶନ କରିଛି । ଉତ୍ତରାଖଣ୍ଡ ଏବଂ ଗୋଆରେ କଂଗ୍ରେସ ଭଲ କରିବ ବୋଲି ଏକ୍ସିଟ୍‌ ପୋଲ୍‌ରେ କୁହାଯାଇଥିଲେ ମଧ୍ୟ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଗୋଆରେ ୧୦ ବର୍ଷ ଶାସନରେ ରହିବା ପରେ ବି ବିଜେପି ପୁଣି ଶାସନକୁ ଫେରିଛି। ଗୋଟିଏ ମାଆ ଗଙ୍ଗାଙ୍କ ଆଶୀର୍ବାଦ ମଣିପୁରରେ ପୂର୍ବୋତ୍ତର ରାଜ୍ୟମାନଙ୍କର ଆଶୀର୍ବାଦ ମିଳିଛି ବୋଲି ମୋଦୀ କହିଛନ୍ତି । ଭାଜାପାର କାର୍ଯ୍ୟକର୍ତ୍ତାମାନେ ଆଜି ଏନ୍‌ଡିଏର ବିଜୟରେ ଚୌକା ଲଗାଇଛନ୍ତି ବୋଲି ମୋଦୀ କହିଛନ୍ତି ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories